ଓଡିଶା

odisha

ETV Bharat / state

ପୋଲିସ ପଞ୍ଝାରେ ୪ ଜଣିଆ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ - inter district rubber gang

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଗତ କିଛିଦିନ ହେବ ଡକାୟତଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବା ବେଳେ ଆଜି ପୋଲିସ ହାତରେ ଧରାପଡିଛି ୪ ଜଣିଆ ଆନ୍ତଃ ଜିଲ୍ଲା ଡକାୟତ ଦଳ। ଅଧିକ ପଢନ୍ତୁ...

ପୋଲିସ ହାତରେ ଧରାପଡିଛି ୪ ଜଣିଆ ଆନ୍ତଃ ଜିଲ୍ଲା ଡକାୟତ ଦଳ
ପୋଲିସ ହାତରେ ଧରାପଡିଛି ୪ ଜଣିଆ ଆନ୍ତଃ ଜିଲ୍ଲା ଡକାୟତ ଦଳ

By

Published : Mar 13, 2021, 9:24 PM IST

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଗତ କିଛିଦିନ ହେବ ଡକାୟତଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବା ବେଳେ ଆଜି ପୋଲିସ ହାତରେ ଧରାପଡିଛି ୪ ଜଣିଆ ଆନ୍ତଃ ଜିଲ୍ଲା ଡକାୟତ ଦଳ। ସୂଚନା ଅନୁଯାୟୀ ଜୁନାଗଡ଼ ଥାନା ଅଞ୍ଚଳରେ କିଛିଦିନ ହେଲା ମୋବାଇଲ ଓ ବାଇକ ଚୋରି ବଢ଼ିବାରେ ଲାଗିଛି। ଯାହାକୁ ନେଇ ଲୋକେ ଚିନ୍ତାରେ ଥିବା ବେଳେ ପୋଲିସ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଥିଲା।

ପୋଲିସ ହାତରେ ଧରାପଡିଛି ୪ ଜଣିଆ ଆନ୍ତଃ ଜିଲ୍ଲା ଡକାୟତ ଦଳ

ଗତ ୫ ତାରିଖ ଦିନ ସନ୍ଧ୍ୟା ସମୟରେ ଗୌଡ଼ଛେଣ୍ଡିଆ ଗାଁର ରୋହନ ନାଗ ଜୁନାଗଡ଼ରୁ ନିଜ ଗାଁକୁ ଯାଉଥିବା ବେଳେ ପୂର୍ବରୁ ଛକି ବସିଥିବା ୪ ଜଣ ଅଭିଯୁକ୍ତ ତାଙ୍କୁ ମାରଣାସ୍ତ୍ର ଦେଖାଇ ମୋବାଇଲ ଓ ଟଙ୍କା ଝାମ୍ପି ନେଇଥିଲେ। ଏନେଇ ଜୁନାଗଡ଼ ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ। ପରେ ୪ ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଜୁନାଗଡ଼ ଥାନା ଚାରଭାଟି ଗାଁର ଜଶୋବନ୍ତ ନାଏକ, ବଳଦିଆମାଲ ଗାଁର ବିନୋଦ ମେହେର ଓ ଉମାକାନ୍ତ ପୁଝରୀ ଏବଂ ଧର୍ମଗଡ଼ ଥାନା ଚିଲଚିଲା ଗାଁର ଶିବୁ ମୁଣ୍ଡ । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୩ ଟି ମୋବାଇଲ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଅଧିକ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details