ଭବାନୀପାଟଣା:ବଲାଙ୍ଗୀରରୁ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ବେଳେ କଳାହାଣ୍ଡି ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ ଦ୍ବାରା ୪ ଅଭିଯୁକ୍ତ ଗିରଫ । ୨୫ କେଜି ଗଞ୍ଜେଇ ସହ ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ଜବତ ।
ସୂଚନା ଅନୁଯାୟୀ ବୁଧବାର ଅପରାହ୍ନରେ ବଲାଙ୍ଗୀରରୁ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ ଧର୍ମଗଡ଼ ଅଞ୍ଚଳରେ ଡେରା ପକାଇଥିଲେ । ଏହି ସମୟରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଛିଲିପା ଠାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଦୁଇଟି ଗାଡ଼ିରେ ଚାରିଜଣ ଏହି ଗଞ୍ଜେଇ ନେଉଥିବା ଜାଣିପାରି ଅଟକାଇ ଥିଲେ।ସେଠାରେ ସେହି ଦୁଇଟି ଗାଡ଼ିରେ ୨୫ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ଏବଂ ଏହି ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ ।