ଓଡିଶା

odisha

ETV Bharat / state

ଥୁଆମୂଳ ରାମପୁରକୁ ଛୁଇଁଲା କୋରୋନା - କୋରୋନା

କଳାହାଣ୍ଡି ଜିଲ୍ଲାରେ ଶନିବାର 33 କୋରୋନା ଚିହ୍ନଟ ହୋଇଛି । ଲାଞ୍ଜିଗଡରେ ସଂକ୍ରମଣ ବଢୁଥିବାବେଳେ ପ୍ରଥମ ଥର ଥୁଆମୂଳ ରାମପୁର ଅଞ୍ଚଳରୁ 4 କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଥୁଆମୂଳ ରାମପୁରରେ ପହଞ୍ଚିଲା କୋରୋନା
ଥୁଆମୂଳ ରାମପୁରରେ ପହଞ୍ଚିଲା କୋରୋନା

By

Published : Aug 16, 2020, 7:36 AM IST

Updated : Aug 16, 2020, 12:38 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରେ କୋରୋନା ଚିହ୍ନଟ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲାଞ୍ଜିଗଡରେ କୋରୋନା କାୟା ବିସ୍ତାର କରି ଚାଲିଥିବାବେଳେ, ଶନିବାର ପ୍ରଥମ ଥର ଥୁଆମୂଳ ଅଞ୍ଚଳରେ କୋରୋନା ପହଞ୍ଚିଛି ।

ଥୁଆମୂଳ ରାମପୁରକୁ ଛୁଇଁଲା କୋରୋନା

ଗ୍ରାମାଞ୍ଚଳରୁ ସହରାଞ୍ଚଳ ଲୋକଙ୍କୁ କୋଭିଡ ସତର୍କତା ପାଳନ କରିବାକୁ ସଚେତନତା କରାଯାଉଛି । ହେଲେ ଲୋକଙ୍କ ଅବହଳତା ଯୋଗୁଁ ଆଜି ଜିଲ୍ଲାରେ ସଂକ୍ରମଣ ମାମଲା ବଢିଚାଲିଛି । ବିଭିନ୍ନ ସ୍ଥାନରେ ଗହଳ ଚହଳ ଜମିବା ସହ ଭିଡ କରୁଛନ୍ତି ଜନତା। ଫଳରେ ଜିଲ୍ଲାରେ ଏବେ ଗୋଷ୍ଠୀ ସଂକ୍ରମଣ ଦେଖା ଦେଇଛି ବୋଲି ଆଶଙ୍କା କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮୫କୁ ପହଞ୍ଚିଥିବା ବେଳେ ୩୮୭ ଜଣ ସୁସ୍ଥ ହୋଇଛନ୍ତି । ସେଥି ମଧ୍ୟରୁ ୩୯୮ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ଶନିବାର ୩୩ ଜଣ କୋରୋନା ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଜୟପାଟଣା ଅଞ୍ଚଳରୁ ୧୧ ଜଣ କଲମପୁରରୁ ୭, ଥୁଅମୂଳ ରାମପୁର ଓ ଜୁନାଗଡ଼ ଅଞ୍ଚଳରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେପଟେ କେସିଙ୍ଗା ଅଞ୍ଚଳରୁ ୩ ଭବାନୀପାଟଣା ଓ ଧର୍ମଗଡ଼ ଅଞ୍ଚଳରୁ ୨ ଜଣ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Aug 16, 2020, 12:38 PM IST

ABOUT THE AUTHOR

...view details