ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ସହରରୁ ପୁଣି 3 କୋରୋନା ପଜିଟିଭ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରେ 2 ଜଣ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡିଛି ।
ମାଡୁଛି କୋରୋନା, ଭବାନୀପାଟଣାର 3 ୱାର୍ଡ କଣ୍ଟେନମେଣ୍ଟ ଜୋନ - କୋରୋନା ପଜିଟିଭ
ଭବାନୀପାଟଣା ସହରରୁ ପୁଣି 3 କୋରୋନା ପଜିଟିଭ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରେ 2 ଜଣ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡିଛି ।
ଚିନ୍ତା ବଢାଇଲା କୋରୋନା, କଣ୍ଟେନମେଣ୍ଟ ଜୋନରେ ଭବାନୀପାଟଣାର 3ଟି ୱାର୍ଡ
ଚିନ୍ତା ବଢାଇଲା କୋରୋନା, କଣ୍ଟେନମେଣ୍ଟ ଜୋନରେ ଭବାନୀପାଟଣାର 3ଟି ୱାର୍ଡ
ଜୁଲାଇ ୨୨ ତାରିଖ ଦିନ ସହରର ୧୪, ୧୫ ଓ ୪ ନମ୍ବର ୱାର୍ଡରୁ ୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଏବଂ ୧୪, ୧୫ ଓ ୪ ନମ୍ବର ୱାର୍ଡର ୩ କିମି ପରିଧିରେ ଥିବା ଅଞ୍ଚଳକୁ ୨୪ ତାରିଖ ମଧ୍ୟ ରାତି ଯାଏଁ ବଫର ଜୋନ ଭାବେ ଘୋଷଣା କରାଯାଇଛି । ସେହିପରି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଜିଲ୍ଲା ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଜାରି ରହିଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ