ଓଡିଶା

odisha

ETV Bharat / state

ବିଭିନ୍ନ ସ୍ଥାନରେ ଅଘଟଣ, ଅକାରଣେ ଚାଲିଗଲା ୩ ଜୀବନ - ଲିଭି ଯାଇଛି ତିନି ଜଣଙ୍କ ଜୀବନ ଦୀପ

ବୁଧବାର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି । ଅକାରଣେ ଲିଭି ଯାଇଛି ତିନି ଜଣଙ୍କ ଜୀବନ ଦୀପ । ଅଧିକ ପଢନ୍ତୁ

କଳାହାଣ୍ଡିରେ ବିଭିନ୍ନ ସ୍ଥାନରେ ଅଘଟଣ, ଅକାରଣେ ଚାଲିଗଲା ୩ ଜୀବନ
କଳାହାଣ୍ଡିରେ ବିଭିନ୍ନ ସ୍ଥାନରେ ଅଘଟଣ, ଅକାରଣେ ଚାଲିଗଲା ୩ ଜୀବନ

By

Published : Sep 14, 2022, 10:52 PM IST

କଳାହାଣ୍ଡି: ଅଶୁଭ ବୁଧବାର । ଅକାରଣେ ଚାଲିଗଲା ୩ ଜୀବନ । ବୁଧବାର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଅଘଟଣ ଘଟିଛି । ଗୋଟିଏ ଦିନରେ ଲିଭି ଯାଇଛି ତିନି ଜଣଙ୍କ ଜୀବନ ଦୀପ । କେନାଲର ପ୍ରଖର ସ୍ରୋତରେ ଭାସି ଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଲିଫ୍ଟ କେନାଲକୁ ଗାଧୋଇବାକୁ ଯାଇ ଜଣଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗ ପାବଳୀ ଗାଁର ସୁନାଫୁଲ ନାଗ ସକାଳୁ ଗାଁ ମୁଣ୍ଡରେ ଥିବା ଇନ୍ଦ୍ରାବତୀ ଲିଫ୍ଟ କେନାଲକୁ ଗାଧୋଇବାକୁ ଯାଇଥିବା ସମୟରେ କେନାଲ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ବହୁତ ସମୟ ପରେ ମଧ୍ୟ ସେ ଘରକୁ ନ ଫେରିବାରୁ ପରିବାର ଲୋକେ କେନାଲ ପାଖରେ ଖୋଜାଖୋଜି କରିଥିଲେ । ପରେ କୌଣସି ଖୋଜ ଖବର ନ ପାଇବାରୁ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣା ସ୍ଥଳରେ ପୋଲିସ ଓ ଓଡ୍ରାଫ ଟିମ ପହଞ୍ଚି କେନାଲରେ ଖୋଜାଖୋଜି କରିଥିଲେ । ପରେ ଗାଁ ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ସାନପୁଝାରିଗୁଡ଼ା ନିକଟ କେନାଲରୁ ବୃଦ୍ଧାଙ୍କ ମୃତଦେହକୁ ଉଦ୍ଧାର କରିଥିଲା ଓଡ୍ରାଫ ଟିମ ।


ସେହିପରି ଜିଲ୍ଲାର ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ବୋରଗୁମା ଗାଁ ମୁଣ୍ଡରେ ଥିବା ଚାଷ ଜମିରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ଜଣକ ସେହି ଗାଁର ଅନ୍ତର୍ଯ୍ୟାମୀ ବାରିକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ବୋରଗୁମା ଗାଁର ଛେଳି ଚରାଳି ଚାଷ ଜମିରେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଅନ୍ୟପଟେ ଜିଲ୍ଲାର ଜୁନାଗଡ଼ ଥାନା ଅନ୍ତର୍ଗତ ମୁଣ୍ଡରା ଗୁଡା ଗାଁର ସାନ୍ତରା ବେମାଲ ନିଜ ଚାଷ ଜମିକୁ ଯାଇଥିବା ବେଳେ ଏକ ବିଷଧର ସମା କାମୁଡି ଦେଇଥିଲା ଏନେଇ ସାନ୍ତରା ପରିବାର ଲୋକଙ୍କୁ ଜଣାଇବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ତାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details