ଭବାନୀପାଟଣା:ଚାକିରି ନାଁରେ ଯୁବପିଢିଙ୍କୁ ଠକେଇ ଅଭିଯୋଗରେ ୩ ଗିରଫ । ଖାଲି ଚାକିରି ଦେବା ନାଁରେ ଠକେଇ ନୁହେଁ ବରଂ ତାଲିମ ଦେଇ ହଜାର ହଜାର ଟଙ୍କା ଠକିନେବା ସହ ଏହାକୁ ପ୍ରଘଟ ନକରିବାକୁ ବେକାର ଯୁବକଙ୍କୁ ମଧ୍ୟ ଗୃହ ବନ୍ଦୀ କରାଯାଇଛି । ଏଭଳି ସାଙ୍ଗାତିକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାର କିଛି ଠକ ସଂସ୍ଥା ନାଁରେ ।
ସୂଚନା ଅନୁଯାୟୀ, ଭବାନୀପାଟଣାରେ କିଛି ଠକ ସଂସ୍ଥା ଆସର ଜମାଇଥିବା ବେଳେ ସ୍ଥାନୀୟ ଦେବାନସାହେବ ପଡା ଏକ ଭଡା ଘରେ ବିଭିନ୍ନ ଜିଲ୍ଲାର ୫୦ରୁ ଊର୍ଦ୍ଧ୍ବ ବେକାରୀ ଯୁବକ ଓ ବ୍ୟକ୍ତି ମାନଙ୍କୁ ରଖି ତାଲିମ ଦେଉଥିଲେ । ଏଥିସହ ଚାକିରି ଦେବା ଆଳରେ ସେମାନଙ୍କୁ ପ୍ରଥମେ ୫ ହଜାର ଟଙ୍କା ଜମା କରିବାକୁ କହିଥିଲେ । ଡାଟା ଅପରେଟର, ଅଫିସ କାମରେ ନିଯୁକ୍ତି ଦିଆଯିବ କହି ତାଲିମ ମଧ୍ୟ ଦେଉଥିଲେ । ଏନେଇ ସେମାନଙ୍କ ଉପରେ ସଂସ୍ଥାର ରହିଥିଲା ତୀକ୍ଷଣ ନଜର । ଏମିତିକି ସେମାନଙ୍କୁ ବାହାରକୁ ଯିବାପାଇଁ ମଧ୍ୟ ଅନୁମତି ନଥିଲା ।