ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଞ୍ଚଳରୁ 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ମୁଖୀଗୁଡା ପଞ୍ଚାୟତକୁ ଆସନ୍ତା 7 ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ। ସେହିପରି ବାନେର ପଞ୍ଚାୟତର କାଦୋପଦର ଗାଁ ସମେତ ଜୟପାଟଣା ସହରକୁ ମଧ୍ୟ ଆସନ୍ତା 72 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି।
କୋରୋନା ଭୟ; କଳାହାଣ୍ଡିର ପୁଣି 3 ଟି ପଞ୍ଚାୟତ ସଟଡାଉନ - କୋରୋନା ସଂକ୍ରମଣ
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଞ୍ଚଳରୁ 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ମୁଖୀଗୁଡା ପଞ୍ଚାୟତକୁ ଆସନ୍ତା 7 ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ। ଅଧିକ ଖବର ପଢନ୍ତୁ...
କୋରୋନା ଭୟ; କଳାହାଣ୍ଡିର ପୁଣି 3 ଟି ପଞ୍ଚାୟତ ସଟଡାଉନ
କୋରୋନା ଭୟ; କଳାହାଣ୍ଡିର ପୁଣି 3 ଟି ପଞ୍ଚାୟତ ସଟଡାଉନ
କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସ୍ବାବ ସଂଗ୍ରହ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ