ଓଡିଶା

odisha

ETV Bharat / state

ପୃଥକ ଦୁର୍ଘଟଣାରେ ଚାଲିଗଲା 3 ଜୀବନ

ରବିବାର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଅଘଟଣ । ଗୋଟିଏ ଦିନରେ ଝଡି ପଡିଲା ୩ ଜୀବନ । ଦୁଇ ଦୁଇଟି ସଡକ ଦୁର୍ଘଟଣାରେ ଚାଲି ଯାଇଛି ୩ଟି ଜୀବନ । ଅଧିକ ପଢ଼ନ୍ତୁ

By

Published : Dec 12, 2022, 9:04 AM IST

Updated : Dec 12, 2022, 9:15 AM IST

ଅଶୁଭ ରବିବାର, ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ
ଅଶୁଭ ରବିବାର, ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ଅଶୁଭ ରବିବାର, ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ଭବାନୀପାଟଣା:ରବିବାର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଅଘଟଣ । ଗୋଟିଏ ଦିନରେ ଝଡି ପଡିଲା ୩ ଜୀବନ । ଦୁଇ ଦୁଇଟି ସଡକ ଦୁର୍ଘଟଣାରେ ଚାଲି ଯାଇଛି ୩ଟି ଜୀବନ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ମାଟିଗାଁର ଟିଙ୍କୁ ନାଏକ ନିଜ ବନ୍ଧୁ ବଳଦିଆମାଲ ଗାଁର ଦୁର୍ଯ୍ୟ ମେହେର ଘରକୁ ଯାଇଥିଲେ । ସେଠାରୁ ଦୁଇ ସାଙ୍ଗ ଜୁନାଗଡ଼କୁ କୌଣସି କାମରେ ବଳଦିଆମାଲକୁ ଯାଉଥିଲେ । ସେହି ସମୟରେ ଜୁନାଗଡ଼ ହାତୀ ନଦୀ ନିକଟରେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା ।

ଫଳରେ ଉଭୟ ଗୁରୁତର ହୋଇଥିଲେ । ରାସ୍ତାରେ ଯାଉଥିବା ଯାତ୍ରୀ ଉଭୟଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦୁଇ ବନ୍ଧୁଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ପରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ପରିବାର ବର୍ଗଙ୍କୁ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରିଛି ।

ଏହାମଧ୍ୟ ପଢ଼ନ୍ତୁ.ଗୋଟିଏ ଦିନରେ କଳାହାଣ୍ଡିରୁ ୨ ମୃତଦେହ ଉଦ୍ଧାର

ସେହିପରି କୋକସରା ଥାନା ଅନ୍ତର୍ଗତ ସିୟୁନି ନିକଟରେ ଘଟିଛି ସଡକ ଦୁର୍ଘଟଣା । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଆମପାଣି ଥାନା ଅନ୍ତର୍ଗତ ସାନପୋଡ଼ାଗୁଡା ଗାଁର ଅଚ୍ୟୁତାନନ୍ଦ ଝାକର ନିଜ କାର ଯୋଗେ ଭବାନୀପାଟଣାରୁ ନିଜ ଗାଁ ସାନପୋଡ଼ାଗୁଡାକୁ ଫେରୁଥିଲେ ।

ଏହାମଧ୍ୟ ପଢ଼ନ୍ତୁ. କଳାହାଣ୍ଡି ପୃଥକ ପୃଥକ ଅଘଟଣ, ଚାଲିଗଲା ୨ ଜୀବନ

ସେହି ସମୟରେ ସିୟୁନି ଗାଁ ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଅଚ୍ୟୁତାନନ୍ଦଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ଘଟଣାସ୍ଥଳରେ କୋକସରା ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲା ।

ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ତେବ ଉଭୟ ଘଟଣାକୁ ନେଇ ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି କଳାହାଣ୍ଡି ପୋଲିସ ।

ଇଟିଭି ଭାରତ, କଳାହାଣ୍ଡି

Last Updated : Dec 12, 2022, 9:15 AM IST

ABOUT THE AUTHOR

...view details