ଓଡିଶା

odisha

ETV Bharat / state

ଅଶୁଭ ରବିବାର, ରାଜପଥରେ ଚାଲିଗଲା ୩ ଜୀବନ - ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ

କଳାହାଣ୍ଡିରେ ପୃଥକ ପୃଥକ ଦୁର୍ଘଟଣା। ଏହି ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ ହେବାସହ 1 ଜଣେ ଗୁରୁତର ହୋଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା କଳାହାଣ୍ଡି

By

Published : Sep 1, 2019, 3:10 PM IST

କଳାହାଣ୍ଡି: ବସ ଧକ୍କାରେ ନାବାଳକର ମୃତ୍ୟୁ। ଏହି ଦୁର୍ଘଟଣାଟି କଳାହାଣ୍ଡି ଜିଲ୍ଲା ୨୬ ନଂ ଜାତୀୟ ରାଜପଥରେ ଘଟିଛି। ତେବେ ଜୟପାଟଣାରୁ ବଲାଙ୍ଗୀର ଯାଉଥିବା ଏକ ଘରୋଇ ବସ ମଥୁରା ୧୩ ବର୍ଷର ନାବାଳକ ଉପରେ ଚଢିଯିବା ଫଳରେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଯାଇଛି । ମୃତ ବାଳକ ଜଣକ ମଥୁରା ଗ୍ରାମର ଧର୍ମାନନ୍ଦ ବଗର୍ତ୍ତି। ଘଟଣାକୁ କେନ୍ଦ୍ରକରି ଗାଁ ଲୋକେ ଟାୟାର ଜାଳି ଜାତୀୟ ରାଜପଥ ୨୬ ବରଗଡ଼-ବୋରିଗୁମା ରାସ୍ତା ଅଵରୋଧ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଳାହାଣ୍ଡି

ସେହିପରି ବିଳମ୍ବିତ ରାତିରେ ବସକୁ ଓଭରଟେକ କରୁଥିବା ବେଳେ ଭାରସାମ୍ୟ ହରାଇ ଦୁଇ ଯୁବ ଆରୋହୀଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ହେଲେ କୋକସରା ବ୍ଲକ ପାଣିଗାଁ ପୂର୍ଣ୍ଣଚନ୍ଦ୍ର ନାଏକ, ଜୟପାଟଣା ବ୍ଲକ ପାଣ୍ଡ୍ରିପଖାନ ଗାଁର ଖିରସିନ୍ଧୁ ଧରୁଆ ଓ ଗୁରୁତର ଜଣକ ପିଣ୍ଟୁ ପଟ୍ଟନାୟକ।

ତେବେ ମୃତ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ଘରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି । ତେଣୁ ତାଙ୍କ ପୁଅଙ୍କୁ ହୋମଗାର୍ଡରେ ନିଯୁକ୍ତି ଦେବା ପାଇଁ ପରିବାର ଓ ଗ୍ରାମବାସୀ ଦାବି କରି କୋକସରା ପୋଲିସ ଷ୍ଟେସନ ନିକଟ ଜାତୀୟ ରାଜପଥ ଅବରୋଧ କରି କରିଛନ୍ତି।

ଘଟଣାସ୍ଥଳରେ କୋକସରା ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ଶବର ଓ କୋକସରା ଥାନା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ପହଞ୍ଚି ମୃତ ହୋମଗାର୍ଡର ପୁଅକୁ ନିଯୁକ୍ତି ଦେବା ପାଇଁ ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଛି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details