କଳାହାଣ୍ଡି: ସାବାଡ ହେଲେ ଲୁଟେରା । କଳାହାଣ୍ଡି ଜୟପଟଣା ଥାନା ଅଞ୍ଚଳରେ ଜଣେ ଫାଇନାସ୍ପ କମ୍ପାନୀର କର୍ମଚାରୀଙ୍କଠାରୁ କିଛି ଦୁର୍ବୃତ୍ତ ଲକ୍ଷେରୁ ଊର୍ଦ୍ଧ୍ବ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏହି ମାମଲାରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପରତା ଦେଖାଇଥିଲା । ପୋଲିସ ତଦନ୍ତ ପରେ ଧରାପଡିଲା 3 ଡକାୟତ ।
ଜୟପାଟଣା ପୋଲିସକୁ ସଫଳତା, ୩ ଡକାୟତ ଗିରଫ ସୂଚନା ଅନୁସାରେ ଜୟପାଟଣା ବ୍ଲକରେ ଥିବା ଏକ ଭାରତ ପ୍ରାଇଭେଟ ଫାଇନାନ୍ସ କମ୍ପାନୀର ଜଣେ ଏଜେଣ୍ଟଙ୍କ ଠାରୁ ଗତ ୧୨ ତାରିଖରେ ଜୟପାଟଣା ଥାନା ସର୍ଗିଗୁଡାରୁ କୁଚାଗାଁ ମଧ୍ୟରେ କିଛି ଦୁର୍ବୁର୍ତ୍ତମାନେ ଏକ ବାଇକରେ ଆସି ମାରଣାସ୍ତ୍ର ଦେଖାଇ ୧ ଲକ୍ଷ ୨୨ ହଜାର ୭୯୮ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ । ଏନେଇ ଫାଇନାନ୍ସ କମ୍ପାନୀ ଜୟପାଟଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତତ୍ପରତା ଦେଖାଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଆରମ୍ଭ କରିଥିଲା ଛାନବିନ । ଆଉ ଧରାପଡିଥିଲେ ୩ ଅଭିଯୁକ୍ତ ।
ଅଭିଯୁକ୍ତ ହେଲେ କୋକସରାର କଲାକୃଷ୍ଣ (ଲିଟୁବାଗ), ଧର୍ମଗଡ ଥାନା ଅନ୍ତର୍ଗତ ପର୍ଲା ଗ୍ରାମର ନିତେଶ ଦାସ ଏବଂ କୈଳାସ ଶବର । ସେମାନଙ୍କୁ ଗିରଫ କରିବା ସହ ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଥିବା ନେଇ ତଦନ୍ତ ଜାରି ରଖିଥିଲା ପୋଲିସ । ତଦନ୍ତ ପରେ ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଯାଇଛି । ସେମାନଙ୍କଠାରୁ ଡକାୟତି ହୋଇଥିବା ୪୫ ହଜାର ୫୦ ଟଙ୍କା ଜବତ ହୋଇଥିବା ପୋଲିସ ପ୍ରକାଶ କରିଛି।
ଜୟପାଟଣା ଥାନା କୁଟୁରୁ ଫାଣ୍ଡି ଅଧିନରେ ଗତ କିଛିଦିନତଳେ ଏକ ଚୋରି ରାକେଟ ଧରାପଡିଥିବା ବେଳେ ପୁଣି ଜୟପାଟଣା ଥାନା ଅଞ୍ଚଳରେ ଡକାୟତି ଘଟଣାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଥାନାରେ କର୍ମଚାରୀ କମ୍ ଥିବାରୁ ଅପରାଧୀଙ୍କୁ ଧରିବାରେ ପୋଲିସ ପାଇଁ ଅସୁବିଧା ହେଉଥିବା ଅଭିଯୋଗ ହେଉଛି । ତେଣୁ ଜିଲ୍ଲା ପୋଲିସ ପ୍ରଶାସନ ଖାଲି ଥିବା ପଦବୀ ପୂରଣ କରିବାକୁ ଦାବି ହେଉଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ