ଓଡିଶା

odisha

ETV Bharat / state

ଆମ୍ବଦୋଳା ବାଘ ଛାଲ ଜବତ ଘଟଣା, 3 ଅଭିଯୁକ୍ତ ଗିରଫ - ବାଘ ଛାଲ ଜବତ

ବାଘ ଛାଲ ଜବତ କରିବା ଘଟଣାରେ ବିଶ୍ବନାଥପୁର ବନ ବିଭାଗ 3 ଅଭିଯୁକ୍ତଙ୍କୁ ଗିରଫ କରିଛି। ସମସ୍ତ ଗିରଫ ଅଭିଯୁକ୍ତ ରାୟଗଡାର ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Mar 28, 2019, 1:41 PM IST

କଳାହାଣ୍ଡି: ଆମ୍ବଦୋଳା ବାଘ ଛାଲ ଜବତ ଘଟଣାରେ ବିଶ୍ବନାଥପୁର ବନ ବିଭାଗ 3 ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ରାୟଗଡା ଜିଲ୍ଲାର ଲୋକନାଥ ବିଶ୍ବାଳ, ସନ୍ତୋଷ ସେନାପତି ଓ ଲଙ୍ଗଳବେଡାର ସୁବାଷ ମାଝୀ। ବିଶ୍ବନାଥପୁର ରେଞ୍ଜ ଅଫିସର ଏକ ଟିମ୍‌ ଗଠନ କରି ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି।

ସୂଚନା ଅନୁଯାୟୀ, ଗତ 25 ତାରିଖରେ ଅମ୍ବାଦୋଳା ପଟୁ ଏକ ପଲସର ଗାଡିରେ 3 ଜଣ ଦୁର୍ବୃତ୍ତ ଏକ ବସ୍ତାରେ ବାଘ ଛାଲ ନେଇ ଯାଉଥିବା ବେଳେ ବିଶ୍ବନାଥପୁର ବନବିଭାଗ ପାଟ୍ରୋଲିଂ ବେଳେ ଧରିଥିଲା। ହେଲେ ସେହି ସମୟରେ ଏମାନେ ବନ ବିଭାଗ ଆଖିରେ ଧୂଳି ଦେଇ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲେ।

ତେବେ ବିଶ୍ବନାଥପୁର ବନ ବିଭାଗ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ରେଞ୍ଜରଙ୍କ କହିବା ଅନୁଯାୟୀ, ସନ୍ତୋଷ କିଛି ଦିନ ତଳେ ରାୟଗଡା ଫରେଷ୍ଟ ଡିଭିଜନର ମାଣ୍ଡୁରା ଗ୍ରାମର ଜଣେ ଶିକାରୀ ଠାରୁ 3 ହଜାର ଟଙ୍କା ଦେଇ ବାଘ ଛାଲ କିଣିଥିଲେ। ଅଧିକ ଟଙ୍କା ପାଇବା ଆଶାରେ ସୁବାଷ ମାଝୀଙ୍କୁ ସହଯୋଗରେ ବିକ୍ରି କରିବାକୁ ଉଦ୍ୟମ କରୁଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ରେଞ୍ଜର କହିଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details