ଓଡିଶା

odisha

By

Published : May 2, 2021, 9:01 PM IST

ETV Bharat / state

କଳାହାଣ୍ଡିରେ ପୁଣି ଦିନକରେ ୨୯୦ କୋରୋନା ଆକ୍ରାନ୍ତ ଚିହ୍ନଟ

କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି କୋରୋନାର ଦ୍ବିତୀୟ ଲହର । ରବିବାର ଜିଲ୍ଲାରେ ପୁଣି ୨୯୦ ଜଣ ନୁଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୬୫୧ କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

290 new-corona-case-identified-in-kalahandi-in-one-day
କଳାହାଣ୍ଡିରେ ପୁଣି ଦିନକରେ ୨୯୦ କୋରୋନା ଆକ୍ରାନ୍ତ ଚିହ୍ନଟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି କୋରୋନାର ଦ୍ବିତୀୟ ଲହର । ଲୋକାଲରେ ରୋଗୀଙ୍କ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବା ବୁଦ୍ଧିଜୀବୀ କହୁଥିବା ବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ପାଲଟିଲାଣି । ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ ।

କଳାହାଣ୍ଡିରେ ପୁଣି ଦିନକରେ ୨୯୦ କୋରୋନା ଆକ୍ରାନ୍ତ ଚିହ୍ନଟ

ରବିବାର ଜିଲ୍ଲାରେ ପୁଣି ୨୯୦ ଜଣ ନୁଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୬୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ହଜାର ୨୪୧ ଜଣ ସୁସ୍ଥ ହୋଇଛନ୍ତି ।

ଏପଟେ ଜିଲ୍ଲାରେ ୩୭ ଜଣ ବ୍ୟକ୍ତିଙ୍କ କୋରୋନାରେ ମୃତ୍ୟୁ ହୋଇଥିବା ବେଳେ ୪ ହଜାର ୪୧୦ ଜଣ ଆକ୍ରାନ୍ତ ବ୍ୟକ୍ତି କୋଭିଡ ହସ୍ପିଟାଲ ଓ ହୋମ କ୍ବାରେଣ୍ଟାଇନରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ଜିଲ୍ଲାର ଜୁନାଗଡ଼ ଧର୍ମଗଡ଼ କେସିଙ୍ଗା ଆଦି ସହରରେ ପ୍ରଶାସନ ପକ୍ଷରୁ ଡୋର ଟୁ ଡୋର କୋଭିଡ ସର୍ଭେ ଜାରୀ ରହିଛି । ଭବାନୀପାଟଣା ସହରରେ ମଧ୍ୟ ଜାରି ରହିଛି ଡୋର ଟୁ ଡୋର କୋଭିଡ ସର୍ଭେ । ବିଗତ ଦୁଇଦିନ ମଧ୍ୟରେ ସର୍ଭେ ସମୟରେ ୭୯୦ ଜଣଙ୍କ କୋଭିଡ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ସେପଟେ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଚେକିଙ୍ଗକୁ କଡାକଡି କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details