ଭବାନୀପାଟଣା:ଦୀର୍ଘ 8ମାସ ହେବ କୋରୋନା କାୟାରେ ସାରା ବିଶ୍ବ । କିଛି ଦିନ ହେବ ରାଜ୍ୟରେ କୋରୋନା ସଂକ୍ରମଣରରେ ସାମାନ୍ୟ ହାସ୍ର ଘଟିଛି ହେଲେ କଳାହାଣ୍ଡିରେ କୋରୋନା କମିବାର ନାଁ ଧରୁନି । ଜିଲ୍ଲାରେ ଶୁକ୍ରବାର ପୁଣି ନୂଆ 25 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କଳାହାଣ୍ଡିରେ ପୁଣି ୨୫ ନୂଆ ଆକ୍ରାନ୍ତ ଚିହ୍ନଟ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ବିଶେଷ କରି ଭବାନୀପାଟଣା ସହରରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସ୍ଥାନୀୟ ସଂକ୍ରମଣ ଅଧିକ ରହିଥିବା କହିଛନ୍ତି ବୁଦ୍ଧିଜୀବୀ । ଯାହା ପ୍ରଶାସନର ଚିନ୍ତା ବଢାଇଛି ।
ଗୁରୁବାର ଜିଲ୍ଲାରେ ପୁଣି 25ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପାଞ୍ଚ ହଜାର ପାର ହୋଇଛି । ଏମାନଙ୍କ ମଧ୍ୟରୁ ୩ ହଜାର ୧୪୬ ଜଣ ସୁସ୍ଥ ହୋଇଛନ୍ତି । ୨ ହଜାର ୨୮୪ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନରେ ଚିକିତ୍ସାଧୀନ ଅଛନ୍ତି ।
ଜିଲ୍ଲାରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟକର୍ମୀଙ୍କୁ ଡୋର ଟୁ ଡୋର ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଛି। ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଛି । ଏଥିପାଇଁ ଲୋକଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ