ଭବାନୀପାଟଣା:କଳାହାଣ୍ତିରେ ଜାରି ରହିଛି କୋରୋନାର ଦ୍ବିତୀୟ ଲହରୀ । ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି ।
କଳାହାଣ୍ଡିରେ କୋରୋନା କାୟା, ଦିନକରେ ୨୫ ଆକ୍ରାନ୍ତ ଚିହ୍ନଟ - corona news
କଳାହାଣ୍ଡିରେ କାୟା ମେଳାଉଛି କୋରୋନା । ଗୋଟିଏ ଦିନରେ ୨୫ ନୂଆ ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...
ମଙ୍ଗଳବାର ଜିଲ୍ଲାରେ ପୁଣି ୨୫ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଭବାନୀପାଟଣା ସହରରୁ ୮ , ଜୁନାଗଡ଼ ବ୍ଲକ ଅଞ୍ଚଳରୁ ୫ , ନର୍ଲାରୁ ୩, କେସିଙ୍ଗାରୁ ୩ , ଧର୍ମଗଡ଼ରୁ ୨, ଜୟପାଟଣା ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭବାନୀପାଟଣାରେ ଥିବା ଘରୋଇ କଲେଜରୁ ୪ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ସେହି କଲେଜକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଆଜି ଜିଲ୍ଲାପାଳଙ୍କ ସମେତ ଏସପି ସେହି କଲେଜ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି । ଜିଲ୍ଲାରେ ୫ ଦିନ ମଧ୍ୟରେ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।
କଳାହାଣ୍ତିରୁ ଅଜିତ କୁମାର ସିଂ,ଇଟିଭି ଭାରତ