ଭବାନୀପାଟଣା: ଦୁଲୁକିଲା ନୃତ୍ୟ ସଙ୍ଗମ ମଞ୍ଚ । ପ୍ରଦର୍ଶିତ ହେଲା ଆଦିବାସୀଙ୍କ କଳା ସଂସ୍କୃତି ପରମ୍ପରା । ଦୀର୍ଘ ୨ ବର୍ଷ ପରେ ଜିଲ୍ଲାର ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଠାରେ ଆରମ୍ଭ ହୋଇଛି ୨୨ ତମ ଜାତୀୟ ପାରମ୍ପରିକ ଓ ଆଦିବାସୀ ଲୋକ ନୃତ୍ୟ ଉତ୍ସଵ। ଯେଉଁଥିରେ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ଆଦିବାସୀ ଲୋକ ଗୀତ ଲୋକ ନୃତ୍ୟ ପ୍ରଦର୍ଶିତ ହୋଇଛି । ପୁଣି ଥରେ ନୃତ୍ୟ ସଙ୍ଗମ ମଞ୍ଚରେ ହୋଇଛି କଳା ସଂସ୍କୃତି ଓ ପରମ୍ପରାର ସଙ୍ଗମ ଯାହାକୁ ମନ ଭରି ଉପଭୋଗ କଳାକାର ଠାରୁ ଦର୍ଶକ ।
ପ୍ରଥମେ କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ଵରୀଙ୍କ ମନ୍ଦିରରୁ ସଂସ୍କୃତି ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ପହଞ୍ଚିବା ପରେ ମଞ୍ଚ ପୂଜା ସହ ଆରମ୍ଭ ହୋଇଥିଲା ସଂସ୍କୃତି ସନ୍ଧ୍ୟା । ପ୍ରଥମେ ଦିନରେ ମୁଖ୍ୟ ଅତିଥି ଭାବରେ ପୌର ଅଧକ୍ଷା ସଂଯୁକ୍ତା ବେହେରା, ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ ଡ଼ ଅଜୟ ମିଶ୍ର, ପ୍ରଭାସ ମିଶ୍ର ପ୍ରମୂଖ ଯୋଗ ଦେଇ କଳା ଓ କଳାର ମାନଙ୍କୁ ନେଇ ଚାଲିଥିବା ଏହି ଜାତୀୟ ଉତ୍ସବ ବେଶ ପ୍ରଶଂସା କରିବା ସହ ଜିଲ୍ଲାର କଳା ସଂସ୍କୃତିକୁ ଆଗେଇ ନେବା ପାଇଁ ଏହି ଉତ୍ସବ ଗୋଟିଏ ଧାରା ହୋଇ ପରିଥିବା ପ୍ରକାଶ କରିଥିଲେ ଉପସ୍ଥିତ ଅତିଥି ।