ଓଡିଶା

odisha

ETV Bharat / state

କଳାହାଣ୍ଡିରେ ପୁଣି ୨୦ ନୂଆ କୋରୋନା ଆକ୍ରାନ୍ତ - କଳାହାଣ୍ଡି

କଳାହାଣ୍ଡି ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥାନୀୟ ସଂକ୍ରମଣ ବୃଦ୍ଧି ହେବାପରେ ଭବାନୀପାଟଣା ସହରରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ ବୁଦ୍ଧିଜୀବୀ ଆଶଙ୍କା ପ୍ରକାଶ କରିଛନ୍ତି । ଯାହା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ ହୋଇଛନ୍ତି। ଅଧିକ ପଢନ୍ତୁ...

କଳାହାଣ୍ଡିରେ ପୁଣି ୨୦ ନୂଆ କୋରୋନା ଆକ୍ରାନ୍ତ
କଳାହାଣ୍ଡିରେ ପୁଣି ୨୦ ନୂଆ କୋରୋନା ଆକ୍ରାନ୍ତ

By

Published : Aug 24, 2020, 10:37 PM IST

ଭବାନୀପାଟଣା: ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥାନୀୟ ସଂକ୍ରମଣ ବୃଦ୍ଧି ହେବାପରେ ଭବାନୀପାଟଣା ସହରରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ ବୁଦ୍ଧିଜୀବୀ ଆଶଙ୍କା ପ୍ରକାଶ କରିଛନ୍ତି । ଯାହା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ ହୋଇଛନ୍ତି ।

ଜିଲ୍ଲାରେ ସୋମବାର ପୁଣି ୨୦ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ଭବାନୀପାଟଣା ଅଞ୍ଚଳରୁ ୮ ଜଣ ରହିଛନ୍ତି । କେସିଙ୍ଗା ଅଞ୍ଚଳରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୁନାଗଡ଼ରୁ ୩, ଲାଞ୍ଜିଗଡ଼ରୁ ୨ ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

କଳାହାଣ୍ଡିରେ ପୁଣି ୨୦ ନୂଆ କୋରୋନା ଆକ୍ରାନ୍ତ

ସେହିପରି ନର୍ଲା ଓ ଧର୍ମଗଡ଼ ଅଞ୍ଚଳରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବାବେଳେ ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଜାରି ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫୭ରେ ପହଞ୍ଚିଥିବା ବେଳେ ୪୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୯୨ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details