ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାର ଦୁଇ ପୋଲିସ ଅଧିକାରୀ । ଏକ ଜମିବାଡ଼ି ମାମଲାର ଆପୋଷ ବୁଝାମଣା ପାଇଁ ଅଭିଯୋଗକାରୀଙ୍କଠାରୁ ଏହି ଦୁଇ ପୋଲିସ ଅଧିକାରୀ ୫୦ ହଜାର ଟଙ୍କା ଦାବି କରିଥିବା ସୂଚନା ମିଳିଛି । ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଗିରଫ 2 ପୋଲିସ ଅଧିକାରୀ ଏଏସଆଇ ସୋମେଶ୍ବର ବାଗ ଓ କନେଷ୍ଟବଲ ଦୁର୍ଯ୍ୟୋଧନ ଶବର ବୋଲି ଜଣାପଡିଛି ।
ଭିଜିଲାନ୍ସ ଜାଲରେ ପୋଲିସ ବାବୁ - ଭିଜିଲାନ୍ସ ଜାଲରେ ପୋଲିସ ବାବୁ
ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାର ଦୁଇ ପୋଲିସ ଅଧିକାରୀ । ଜମିବାଡ଼ି ମାମଲାର ଆପୋଷା ବୁଝାମଣା ପାଇଁ ଅଭିଯୋଗକାରୀଙ୍କଠାରୁ ଏହି ଦୁଇ ପୋଲିସ ଅଧିକାରୀ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିବ ସୂଚନା ମିଳିଛି । ଅଧିକ ପଢନ୍ତୁ...

ଭିଜିଲାନ୍ସ ଜାଲରେ ପୋଲିସ ବାବୁ
ଭିଜିଲାନ୍ସ ଜାଲରେ ପୋଲିସ ବାବୁ
କଳାହାଣ୍ଡି ଭିଜିଲାନ୍ସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଯୋଜନା କରିଥିଲେ । ପୂର୍ବ ଯୋଜନା ମୁତାବକ ଅଭିଯୋଗକାରୀଙ୍କଠାରୁ ଦୁଇ ପୋଲିସ ଅଧିକାରୀ କେମିକାଲ ବୋଳା ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଥିଲେ । ଦୁଇ ଅଧିକାରୀଙ୍କୁ ଅଧିକ ପଚାରଉଚୁରା ପରେ ଭିଜିଲାନ୍ସ ବିଭାଗ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ