ଓଡିଶା

odisha

ବାଇକକୁ ସାମ୍ନାରୁ ପିଟିଲା ବସ୍, ୨ ମୃତ

By

Published : Sep 28, 2021, 10:49 AM IST

ସମ୍ପର୍କୀୟଙ୍କୁ ରେଳ ଷ୍ଟେସନରେ ଛାଡି ଫେରୁଥିବା ସମୟରେ ଘଟିଲା ଦୁର୍ଘଟଣା । ବାଇକକୁ ପିଟିଲା ବସ୍ । ୨ ବାଇକ୍ ଆରୋହୀ ମୃତ । ଅଧିକ ପଢନ୍ତୁ...

ବସ୍-ବାଇକ୍ ମୁହାଁମୁହିଁ, ୨ ମୃତ
ବସ୍-ବାଇକ୍ ମୁହାଁମୁହିଁ, ୨ ମୃତ

ଭବନାପାଟଣା:କଳାହାଣ୍ଡିରେ ସଡକ ଦୁର୍ଘଟଣା ଘଟି ୨ ବାଇକ୍ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ । ସମ୍ପର୍କୀୟଙ୍କୁ ରେଳ ଷ୍ଟେସନରେ ଛାଡି ଫେରୁଥିବା ସମୟରେ ଘଟିଛି ଏହି ଅଘଟଣ ।

ବସ୍-ବାଇକ୍ ମୁହାଁମୁହିଁ, ୨ ମୃତ



ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବେଳାମାଲ ଗାଁର ଯଶୋବନ୍ତ ନିଆଲ ଓ ଚୈତନ୍ୟ ଶିଖା ସମ୍ପର୍କୀୟଙ୍କୁ କେସିଙ୍ଗା ରେଳ ଷ୍ଟେସନରେ ଛାଡି ଘରକୁ ଫେରୁଥିଲେ । ଏହି ସମୟରେ ଚିଚର୍ଲା ଗାଁ ନିକଟ ବୁଲାଣିରେ ସାମ୍ନା ପଟୁ ଆସୁଥିବା ଏକ ବସ୍ ତାଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ଉଭୟଙ୍କ ଶୋଚନୀୟ ମୃତ୍ୟ ଘଟିଛି । ଖବର ପାଇ କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଅନ୍ୟପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details