ଭବାନୀପାଟଣା: ଗ୍ୟାସ ଟାଙ୍କି ଫାଟି ୨ ମହିଳା ଗୁରୁତର। କେସିଙ୍ଗା ଥାନା କାଦୋପଡା ଗାଁ ରେ ଏଭଳି ଅଘଟଣ ଘଟିଛି। ଚା ପ୍ରସ୍ତୁତ କରୁଥିବା ବେଳେ ଗ୍ୟାସ ଟ୍ୟାଙ୍କି ଫାଟିଥିବା ଅଭିଯୋଗ ହୋଇଛି। ଗୁରୁତର ରେବତୀ ମେହେର ଓ ପ୍ରଭାକର ମେହେର ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଗ୍ୟାସ୍ ଟାଙ୍କି ଫାଟି 2 ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି - gas cylinder blast

ଗ୍ୟାସ୍ ଟାଙ୍କି ଫାଟି 2 ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି
09:04 May 01
ଗ୍ୟାସ୍ ଟାଙ୍କି ଫାଟି 2 ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି
କେସିଙ୍ଗା ଥାନା ଉତ୍କେଲା ପଞ୍ଚାୟତ କାଦୋପଡା ଗ୍ରାମର ତେଜରାଜ ମେହେରଙ୍କ ସ୍ତ୍ରୀ ରେବତୀ ମେହେର,(୪୫)ଓ ସମ୍ପର୍କୀୟା ପ୍ରଭାକର ମେହେର ସ୍ତ୍ରୀ ପୂର୍ଣମୀ ମେହେର (୫୦), ସକାଳେ ୬ ଟା ରେ , ଚା ତିଆରି କରିବା ବେଳେ ରନ୍ଧନ ଗ୍ୟାସ ଟାଙ୍କି ଲିକ ହୋଇ ଫାଟିଗଲା। ଫଳରେ ଏହି ଦୁଇ ମହିଳା ଗୁରୁତର ଆହତ ହୋଇଛନ୍ତି।
ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମହିଳା ଦୁଇ ଜଣଙ୍କୁ ଉଦ୍ଧାର କରିଛି ପ୍ରଥମେ କେସିଙ୍ଗା ଓ ପରେ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରିଛି।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ
Last Updated : May 1, 2020, 9:39 AM IST