ଓଡିଶା

odisha

ETV Bharat / state

ଘାଟି ତଳକୁ ଖସିଲା ପିକ୍‌ଅପ ଭ୍ୟାନ୍‌; ୨ ମୃତ, ୧୦ରୁ ଅଧିକ ଗୁରୁତର - ଘାଟି ତଳକୁ ଖସିଲା ପିକ୍‌ଅପ ଭ୍ୟାନ୍‌

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ଧୁଲୁଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଘାଟି ତଳକୁ ଖସିଲା ପିକ୍‌ଅପ ଭ୍ୟାନ୍‌ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଢୁଲୁଘାଟି ତଳକୁ ଖସିଲା ପିକ୍‌ଅପ ଭ୍ୟାନ୍‌
ଢୁଲୁଘାଟି ତଳକୁ ଖସିଲା ପିକ୍‌ଅପ ଭ୍ୟାନ୍‌

By

Published : Jun 28, 2023, 9:18 PM IST

ଭବାନୀପାଟଣା: କଳାହାଣ୍ଡି- ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ଧୁଲୁଘାଟି ଏବେ ଲୋକଙ୍କ ପାଇଁ ମରଣ ଯନ୍ତା ପାଲଟି । ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି । ତେବେ ଆଜି (ବୁଧବାର) ପୁଣି ଏକ ଭୟାନକ ଦୁର୍ଘଟଣା ସାମ୍ନାକୁ ଆସିଛି । ଭାରସାମ୍ୟ ହରାଇ ଢୁଲୁଘାଟି ତଳକୁ ଏକ ପଣସ ବୋଝେଇ ପିକ୍‌ଅପ ଭ୍ୟାନ ଖସି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ସମେତ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ପତ୍ରପୁଟ ପଞ୍ଚାୟତର ପ୍ରାୟ ୧୫ ଜଣ ପଣସ ବ୍ୟବସାୟୀ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳକୁ ପଣସ ବିକ୍ରି କରିବା ପାଇଁ ଏକ ପିକ୍‌ଅପ ଭ୍ୟାନ ଯୋଗେ ଆସୁଥିଲେ । ତେବେ ଗତ ରାତିରେ ଢୁଲୁଘାଟି ଅଞ୍ଚଳରେ ଭୀଷଣ ବର୍ଷା ହେବା କାରଣରୁ ରାସ୍ତା ସାରା କାଦୁଅ ହୋଇଥିଲା । ଫଳରେ ପିକ୍‌ଅପ ଭ୍ୟାନଟି ଭାରସାମ୍ୟ ହରାଇ ପ୍ରଥମେ ଏକ ଗଛରେ ପିଟି ହୋଇଯାଇଥିଲା । ଏହାପରେ ୪୦ ଫୁଟ ଘାଟି ତଳକୁ ଭ୍ୟାନ୍‌ଟି ଓଲଟି ପଡିଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେପଟେ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ପିକ୍‌ଅପ ଭ୍ୟାନ ଡ୍ରାଇଭର ଓ ଅନ୍ୟ ଜଣେ ମହିଳା ରହିଥିବା ବେଳେ ଉଭୟଙ୍କ ପରିଚୟ ମିଳି ପାରିନାହିଁ । ଖବର ପାଇ ଘଟଣାସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ଜୟପାଟଣା ମେଡିକାଲକୁ ପଠାଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...ସରିଲା ମଝିଆ ଭଉଣୀ ବାହାଘର, ଦୁର୍ଘଟଣାରେ ଆଖି ବୁଜିଲେ ବଡ ଓ ସାନ ଭଉଣୀ

ଏହା ମଧ୍ୟ ପଢ଼ନ୍ତୁ...ବରଯାତ୍ରୀଙ୍କ ଉପରେ ଟ୍ରକ ମାଡିଯିବାରୁ 6 ମୃତ, 3ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ସେପଟେ ପ୍ରତିଦିନ ରାଜ୍ୟରେ ଏବେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଦୁଇ ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଏକ ସରକାରୀ ଓଏସ୍‌ଆର୍‌ଟିସି ବସ ଓ ଅନ୍ୟ ଏକ ଯାତ୍ରୀବାହୀ ବସ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ପରିବାରର ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଗତକାଲି (ମଙ୍ଗଳବାର) ମଧ୍ୟରାତ୍ରିରେ କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଷଠୀଘର ସାହି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବରଯାତ୍ରୀଙ୍କ ଉପରେ ଏକ ମାଲବାହୀ ଟ୍ରକ ମାଡିଯିବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୭ ଜଣ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରତିଦିନ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସାଧାରଣରେ ଚିନ୍ତାର ବିଷୟ ପାଲଟିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details