ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ପୃଥକ ପୃଥକ ସ୍ଥାନରୁ ୨ଜଣଙ୍କ ମୃତଦେହ ଉଦ୍ଧାର । ଜିଲ୍ଲାର ସନ୍ୟାସୀ କୁଣ୍ଡାମାଲ ଗାଁର ଏକ ଚାଷ ଜମିରୁ ଝୁଲନ୍ତା ଅବସ୍ଥାରେ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରଥମେ ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ମୃତକ ଜଣଙ୍କ ସେହି ଗାଁର ଶିକ୍ଷକ ହୀରାଧର ନାଏକ ବୋଲି ଜଣାପଡିଛି । ତେବେ ଶିକ୍ଷକ ଜଣଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପ୍ରକାଶ କହିଛି ।
କଳାହାଣ୍ଡିରେ ଚାଞ୍ଚଲ୍ୟ: ପୃଥକ ପୃଥକ୍ ସ୍ଥାନରୁ 2 ମୃତଦେହ ଉଦ୍ଧାର - ଗଛରେ ଝୁଲି ପଡ଼ିଲେ ଶିକ୍ଷକ
ଗଛରେ ଝୁଲି ପଡ଼ିଲେ ଶିକ୍ଷକ, ସେପଟେ ନଦୀ ପଠାରୁ ଅଚିହ୍ନା ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...
କଳାହାଣ୍ଡି ଜିଲ୍ଲାର ପୃଥକ ପୃଥକ ସ୍ଥାନରୁ ୨ଜଣଙ୍କ ମୃତଦେହ ଉଦ୍ଧାର
କଳାହାଣ୍ଡି ଜିଲ୍ଲାର ପୃଥକ ପୃଥକ ସ୍ଥାନରୁ ୨ଜଣଙ୍କ ମୃତଦେହ ଉଦ୍ଧାର
ସେପଟେ ଜିଲ୍ଲାର କେସିଙ୍ଗା ଥାନା ତେଲନଦୀ ପଠାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଦିଗସିରା ଗାଁ ଶେଷ ମୁଣ୍ଡରେ ଥିବା ତେଲ ନଦୀ ପଠାରେ ଯୁକଙ୍କ ମୃତଦେହ ଭାସମାନ ଅବସ୍ଥାରେ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବା ପୋଲିସ ପ୍ରକାଶ କରିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ