ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଜିଲ୍ଲାରେ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର ଚିହ୍ନଟ ହୋଇଥିବା ୬୫ ସହ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯୩୪ ରେ ପହଞ୍ଚିଛି । କଳାହାଣ୍ଡି ଜିଲ୍ଲାରେ ଆଜି ସୁଦ୍ଧା ୧୮୦ ଜଣ କୋଭିଡ ଯୋଦ୍ଧା କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରେ ପୋଲିସ ବିଭାଗର ୮୩ ଜଣ କୋଭିଡ ଯୋଦ୍ଧା ଓ ସ୍ୱାସ୍ଥ୍ୟ ବିଭାଗର ୭୬ କୋଭିଡ ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି ।
କଳାହାଣ୍ଡିରେ ସଂକ୍ରମଣ ସଂଖ୍ୟା ୧୯୦୦ ପାର, ୧୮୦ କୋଭିଡ ଯୋଦ୍ଧା ସଂକ୍ରମିତ - covid warrior infected by corona in kalahandi
କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଜିଲ୍ଲାରେ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମଣ ସଂଖ୍ୟା ୧୯୦୦ ପାର ଓ ୧୮୦ କୋଭିଡ ଯୋଦ୍ଧା ସଂକ୍ରମିତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ସଂକ୍ରମଣ ସଂଖ୍ୟା ୧୯୦୦ ପାର, ୧୮୦ କୋଭିଡ ଯୋଦ୍ଧା ସଂକ୍ରମିତ
ସଂକ୍ରମଣ ସଂଖ୍ୟା ୧୯୦୦ ପାର, ୧୮୦ କୋଭିଡ ଯୋଦ୍ଧା ସଂକ୍ରମିତ
ତେବେ ଚିହ୍ନଟ ହୋଇଥିବା ୧୮୦ କୋଭିଡ ଯୋଦ୍ଧା ମଧ୍ୟରୁ ଚିକିତ୍ସା ପରେ ୧୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୯ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ କୋରୋନା ସଂକ୍ରମଣରେ ତିନିଜଣ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି । ଭବାନୀପାଟଣା ସହରରେ ବୃଦ୍ଧି ପାଉଥିବା ପଜିଟିଭ ସଂଖ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀ ମାନେ ସହରର ଘରକୁ ଘର ଯାଇ ସର୍ଭେ ଓ ସ୍କ୍ରିନିଂ ପ୍ରକ୍ରିୟା ଜାରି ରଖିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ