ଓଡିଶା

odisha

ETV Bharat / state

ଚିନ୍ତା ବଢାଉଛି କୋରୋନା, କଳାହାଣ୍ଡିରେ ପୁଣି 15 ପଜିଟିଭ - କୋରୋନା ସଂକ୍ରମଣ

କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବଢୁଛି କୋରୋନା ସଂକ୍ରମଣ । ଜିଲ୍ଲାରୁ ପୁଣି 15 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଭୟଭୀତ ଜିଲ୍ଲାବାସୀ । ଅଧିକ ଖବର ପଢନ୍ତୁ...

କଳାହାଣ୍ଡି ଜିଲ୍ଲାରେ ଉତ୍କଟ ହେଉଛି କୋରୋନା ସଂକ୍ରମଣ
କଳାହାଣ୍ଡି ଜିଲ୍ଲାରେ ଉତ୍କଟ ହେଉଛି କୋରୋନା ସଂକ୍ରମଣ

By

Published : Jul 22, 2020, 8:09 AM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବଢୁଛି କୋରୋନା ସଂକ୍ରମଣ । ଜିଲ୍ଲାରୁ ପୁଣି 15 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଭୟଭୀତ ଜିଲ୍ଲାବାସୀ । ରୋଗୀଙ୍କ ସଂଖ୍ୟା ବୃଦ୍ଧି ଗୋଟେ ପଟେ ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଥିବା ବେଳେ ସାଧାରଣ ଲୋକେ ମଧ୍ୟ ଏନେଇ ଏକ ପ୍ରକାର ଆତଙ୍କିତ।

କଳାହାଣ୍ଡି ଜିଲ୍ଲାରେ ଉତ୍କଟ ହେଉଛି କୋରୋନା ସଂକ୍ରମଣ

ତେବେ 15 ଜଣ ରୋଗୀଙ୍କ ମଧ୍ୟରୁ 10 ଜଣ ମହାରାଷ୍ଟ୍ର ଫେରନ୍ତା ପ୍ରବାସୀ ଶ୍ରମିକ ହୋଇଥିବା ବେଳେ ଏମାନେ କେସିଙ୍ଗା ବ୍ଲକ କନ୍ତେସୀର ଟିଏମସିରେ ଥିଲେ । ସେହିପରି କଲମପୁର ବ୍ଲକ ଅଞ୍ଚଳର 4 ଜଣ ପ୍ରବାସୀ ଶ୍ରମିକ ହୋଇଥିବା ବେଳେ ଏମାନେ ଗୃହ ସଙ୍ଗରୋଧରେ ରହୁଥିଲେ ।

ସେହିଭଳି ଜୟପାଟଣା ଅଞ୍ଚଳର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତ ବ୍ୟକ୍ତିମାନଙ୍କର କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଜାରି ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 102 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 83 ଜଣ ସୁସ୍ଥ ହୋଇଛନ୍ତି ଏବଂ 20 ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details