ଓଡିଶା

odisha

By

Published : Mar 18, 2019, 2:29 PM IST

ETV Bharat / state

ଲାଞ୍ଜିଗଡ ବେଦାନ୍ତରେ 144 ଧାରା ଜାରି, 1 ମୃତ

ଲାଞ୍ଜିଗଡ ବେଦାନ୍ତ କମ୍ପାନୀରେ ଗଣ୍ଡଗୋଳ । ମୁହାଁମୁହିଁ ସିକ୍ୟୁରିଟି ଗାର୍ଡ ଏବଂ ସ୍ଥାନୀୟ ଲୋକ । 144 ଧାରା ଜାରି । ଲାଠିଚାର୍ଜରେ ଜଣଙ୍କ ମୃତ୍ୟୁ ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଭବାନୀପାଟଣା: ଗଣ୍ଡଗୋଳ ଯୋଗୁଁ ବେଦାନ୍ତ କମ୍ପାନୀ ପରିସରରେ 144 ଧାରା ଜାରି। ପୋଲିସର ଲାଠିଚାର୍ଜରେ ଜଣେ ସାଧାରଣ ଲୋକର ମୃତ୍ୟୁ ହୋଇଛି । ମୃତକ ଜଣକ ନିକଟସ୍ଥ ଛତ୍ରପୁର ଅଞ୍ଚଳର ଜାନି ବାତ୍ତ୍ରା ବୋଲି ଜଣାପଡିଛି । ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ଲାଞ୍ଜିଗଡ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ମିଳିଥିବା ସୂଚନା ମୁତାବକ, କୌଣସି କାରଣକୁ ନେଇ କଳାହାଣ୍ଡି ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀର ସିକ୍ୟୁରିଟି ଗାର୍ଡ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଛି। କମ୍ପାନୀ ପରିସରରେ ଭଙ୍ଗାରୁଜା କରିଥିଲେ ସ୍ଥାନୀୟ ଲୋକ । ପରିସ୍ଥିତିକୁ ଆଖି ଆଗରେ ରଖି ଘଟଣା ସ୍ଥଳରେ 144 ଧାରା ଜାରି କରିଛି ଲାଞ୍ଚିଗଡ ପୋଲିସ। ଏନେଇ ସୂଚନା ଦେଇଛନ୍ତି କେସିଙ୍ଗା ଏସଡିପିଓ।

ତେବେ ପୋଲିସ ଲାଠିଚାର୍ଜରେ ଜଣେ ସାଧାରଣ ଲୋକର ମୃତ୍ୟୁ ହେବା ପରେ ପରିସ୍ଥିତି ଆହୁରି ଉତ୍ତଜନାପୂର୍ଣ୍ଣ ହେବାର ଆଶଙ୍କା ରହିଛି । ପରିସ୍ଥିତିକୁ କଡା ନଜରରେ ରଖିଛି ଲାଞ୍ଜିଗଡ ପୋଲିସ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details