କଳାହାଣ୍ଡି: ଆମପାଣି ଘାଟିରେ ପିକଅପ ଭ୍ୟାନ ଓଲଟି 14 ଆହତ । ଆହତଙ୍କ ମଧ୍ୟରେ 5ଜଣ ଶିଶୁ ରହିଥିବା ବେଳେ 4 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ କୋକସରା ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ପିକଅପ ଭ୍ୟାନ ଡ୍ରାଇଭର ।
ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, 14 ଆହତ - କଳାହାଣ୍ଡି
କଳାହାଣ୍ଡିର ଆମପାଣିରେ ଓଲଟିଲା ପିକଅପ ଭ୍ୟାନ । ଏଥିରେ 14 ଜଣ ଆହତ ହୋଇଛନ୍ତି । ଆହତଙ୍କୁ କୋକସରା ମେଡିକାଲରେ ଭର୍ତ୍ତି କରାଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
ସୂଚନା ଅନୁଯାୟୀ, ସମସ୍ତ ଆହତ ପିଡିଏସ ଚାଉଳ ପାଇଁ ଆମପାଣି ପଞ୍ଚାୟତ ଅନ୍ତର୍ଗତ ବିରିମୁହାଣ ଗାଁକୁ ଆସିଥିଲେ । ଚାଉଳ ନେଇ ଏକ ପିକଅପ ଭ୍ୟାନରେ ଫେରୁଥିବା ବେଳେ ହଠାତ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ 14ଜଣ ଆହତ ହୋଇଛନ୍ତି । ତେବେ ଖବର ପାଇ ଆମପାଣି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ