ଓଡିଶା

odisha

ETV Bharat / state

ପାଣି ପାଇଁ ରାଜରାସ୍ତାରେ ଅନ୍ନଦାତା

ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳ ଯୋଗାଣ ବନ୍ଦକୁ ବିରୋଧ କରି ଚାଷୀଙ୍କ ରାସ୍ତା ଅବରୋଧ। ମୁଖୀଗୁଡା ମୋଟଟେର ରାସ୍ତା ଗୁନଗୁନିଆ ନିକଟରେ ୧୩ ଗୋଟି ପଞ୍ଚାୟତର ଚାଷୀ ମିଳିତ ଭାବରେ ରାସ୍ତା ଅବରୋଧ କରିଛନ୍ତି। ଅଧିକ ପଢନ୍ତୁ...

By

Published : Nov 10, 2021, 10:23 AM IST

ପାଣି ପାଇଁ ରାଜରାସ୍ତାରେ ଅନ୍ନଦାତା
ପାଣି ପାଇଁ ରାଜରାସ୍ତାରେ ଅନ୍ନଦାତା

ଭବାନୀପାଟଣା: ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳ ଯୋଗାଣ ବନ୍ଦକୁ ବିରୋଧ କରି ଚାଷୀଙ୍କ ରାସ୍ତା ଅବରୋଧ । ମୁଖୀଗୁଡା ମୋଟଟେର ରାସ୍ତା ଗୁନଗୁନିଆ ନିକଟରେ ୧୩ ଗୋଟି ପଞ୍ଚାୟତର ଚାଷୀ ମିଳିତ ଭାବରେ ରାସ୍ତା ଅବରୋଧ କରିଛନ୍ତି । କିଛି ଦିନ ତଳେ ପାଣି ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ଚାଷୀ । ତେବେ ଏବେ କୁସୁମଖୁଣ୍ଟି ଡିଷ୍ଟ୍ରିବ୍ୟୁଟରରୁ ୨୫ କିଲୋମିଟର ଜଳଯୋଗାଣକୁ ସଂପ୍ରସାରଣ ଓ ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟର ଓ ଡାହାଣ କେନାଲରେ ୨୨ କିଲୋମିଟର ଜଳ ଯୋଗାଣ ଦାବିରେ ରାସ୍ତା ଅବରୋଧ କରାଯାଇଛି ।

ପାଣି ପାଇଁ ରାଜରାସ୍ତାରେ ଅନ୍ନଦାତା

ଆଉ କିଛି ଦିନ ମଧ୍ୟରେ ଖରିଫ ଚାଷ ଶେଷ ହେବ । କିନ୍ତୁ ଏପଟେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ମରାମତି ପାଇଁ ଆଗାମୀ ରବି ଚାଷ ଓ ୨୦୨୩ ରବି ଚାଷ ପାଇଁ ଜଳସେଚନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବା ନେଇ ଘୋଷଣା କରିଛି ପ୍ରଶାସନ । ଆଉ ଏହାକୁ ଜୋରଦାର ବିରୋଧ କରି ରାଜରାସ୍ତାରେକୁ ଓହ୍ଲାଇଛନ୍ତି ଚାଷୀ । ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ଯାନବାହନ ଅଟକି ଥିବା ବେଳେ ଯାତାୟାତ ବ୍ୟାଘାତ ହୋଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details