ଓଡିଶା

odisha

By

Published : Jul 25, 2020, 2:12 PM IST

Updated : Jul 25, 2020, 2:31 PM IST

ETV Bharat / state

କଳାହାଣ୍ଡିରେ ଆଉ 12 ନୂଆ ପଜିଟିଭ ଚିହ୍ନଟ, ସଟଡାଉନ ହେଲା ଭବାନୀପାଟଣା

କଳାହାଣ୍ଡିରେ ବଢୁଥିବା କୋରୋନା ସଂକ୍ରମଣ ମାମଲାକୁ ଆଖିରେ ରଖି ଭବାନୀପାଟଣା ସହରକୁ ସଟଡାଉନ ଘୋଷଣା କରିବା ସହ କଣ୍ଟାକ୍ଟ ଟ୍ରେସିଂ ଜରିଆରେ ସ୍ୱାବ ସଂଗ୍ରହ ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

କଳାହାଣ୍ଡିରେ ଆଉ 12 ନୂଆ ପଜିଟିଭ ଚିହ୍ନଟ, ସଟଡାଉନ ହେଲା ଭବାନୀପାଟଣା
କଳାହାଣ୍ଡିରେ ଆଉ 12 ନୂଆ ପଜିଟିଭ ଚିହ୍ନଟ, ସଟଡାଉନ ହେଲା ଭବାନୀପାଟଣା

କଳାହାଣ୍ଡି: ଜିଲ୍ଲାରେ ଶୁକ୍ରବାର ପୁଣି ୧୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୧କୁ ଛୁଇଁଛି । ଏନେଇ ଆଜି (ଶନିବାର) ଠାରୁ ଦୁଇ ଦିନ ଧରି ଭବାନୀପାଟଣା ସହରକୁ ସଟଡାଉନ ଘୋଷଣା କରିବା ସହ କଣ୍ଟାକ୍ଟ ଟ୍ରେସିଂ ଜରିଆରେ ସ୍ୱାବ ସଂଗ୍ରହ ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି । ଦୁଇ ଦିନ ମଧ୍ୟରେ ସହରର ପ୍ରତ୍ୟେକ ଘରକୁ ସ୍ବାସ୍ଥ୍ୟକର୍ମୀମାନେ ଯାଇ ସର୍ଭେ କରି ଲକ୍ଷଣ ଗତ ପରୀକ୍ଷା କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୦ଟି ଟିମ ଗଠନ କରାଯାଇ ସହରର ୧୦ଟି ସ୍କୁଲରେ କୋଭିଡ ପରୀକ୍ଷା କେନ୍ଦ୍ର ଖୋଲା ଯାଇଛି।

କଳାହାଣ୍ଡିରେ ଆଉ 12 ନୂଆ ପଜିଟିଭ ଚିହ୍ନଟ, ସଟଡାଉନ ହେଲା ଭବାନୀପାଟଣା

ତେବେ ସଟଡାଉନର ପ୍ରଭାବ ସହର ମଧ୍ୟରେ ଦେଖିବାକୁ ମିଳିଛି। ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିବାବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତା ଘାଟ ପୂରା ଖାଁ ଖାଁ ରହିଛି ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୨୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୭ ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Jul 25, 2020, 2:31 PM IST

ABOUT THE AUTHOR

...view details