ଭବାନୀପାଟଣା: ଅଣ୍ଡର ବ୍ରିଜ ନାହିଁ ତ ତୃତୀୟ ଲାଇନ ସଂଯୋଗ ନାହିଁ। ଏପରି କିଛି ଦାବି ନେଇ କ୍ରିୟାନୁଷ୍ଠାନ କମିଟି ଆଜି ୧୨ ଘଣ୍ଟିଆ କେସିଙ୍ଗା ବନ୍ଦ ଡାକରା ଦେଇଛି। ତେବେ ଏହି ବନ୍ଦରେ ସମସ୍ତ ସଂଗଠନ ସାମିଲ ହେବା ସହ ଆନ୍ଦୋଳନ ଜାରି ରଖିଛନ୍ତି।
ଆଜି ସକାଳୁ ସକାଳୁ ବନ୍ଦକୁ ସଫଳ କରିବା ପାଇଁ ଆନ୍ଦୋଳନକାରୀମାନେ ପିକେଟିଂ କରିଛନ୍ତି। ବିଶୃଙ୍ଖଳା ପରିସ୍ଥିତି ଏଡାଇବା ପାଇଁ ଦୋକାନ ବଜାର ବନ୍ଦ ରହିବା ସହ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି।