ଓଡିଶା

odisha

ETV Bharat / state

ବିଚ୍ଛିନ୍ନାଞ୍ଚଳରେ ୧୦୮ ବୋଟ ଆମ୍ବୁଲାନ୍ସ ଲୋକାର୍ପିତ; 5 ହଜାର ଲୋକ ହେବେ ଉପକୃତ - 108 boat ambulance kalahandi district

ବିଚ୍ଛିନ୍ନାଞ୍ଚଳରେ ଲୋକାର୍ପିତ ହୋଇଛି ୧୦୮ ବୋଟ ଆମ୍ବୁଲାନ୍ସ। କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକ ତଲନାଗୀ ପଞ୍ଚୟତ ଅନ୍ତର୍ଗତ ବାହାଡ଼ାଘାଟରେ ଏହି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଛି। ଅଧିକ ପଢ଼ନ୍ତୁ...

108 boat ambulances have been launched in thuamularampur area of kalahandi district
ବିଚ୍ଛିନ୍ନାଞ୍ଚଳରେ ୧୦୮ ବୋଟ ଆମ୍ବୁଲାନ୍ସ ଲୋକାର୍ପିତ, 5 ହଜାର ଲୋକ ହେବେ ଉପକୃତ

By

Published : Dec 20, 2020, 10:40 PM IST

ଭବାନୀପାଟଣା: ବିଚ୍ଛିନ୍ନାଞ୍ଚଳରେ ଲୋକାର୍ପିତ ହୋଇଛି ୧୦୮ ବୋଟ ଆମ୍ବୁଲାନ୍ସ। କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକ ତଲନାଗୀ ପଞ୍ଚୟତ ଅନ୍ତର୍ଗତ ବାହାଡ଼ାଘାଟରେ ଏହି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଛି। ଇନ୍ଦ୍ରାବତୀ ଜଳବନ୍ଦୀ ବିସ୍ଥାପିତ ଅଞ୍ଚଳବାସୀଙ୍କ ପାଇଁ ଏହି ଆମ୍ବୁଲାନ୍ସ ସହାୟକ ହୋଇପାରିବ।

ଘୁଟୁରୁଖାଲ, ଟେମରା ଗୁଞ୍ଜମାଲି, କଲାଟି, କଣାସୁଲି, ମାଲିଗାଁ, କେ. ଚେପଟାଘାଟ, ବେଣାଖମାର କରବାଡ଼ି ଭଳି ଗାଁକୁ ଇନ୍ଦ୍ରାବତୀ ଜଳଭଣ୍ଡାରର ଅକାତ କାତ ଜଳରାଶି ଘେରି ରିହଛି। ଏହି ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକଙ୍କୁ ୧୦୮ ବୋଟ ଆମ୍ବୁଲାନ୍ସ ଯୋଗେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ।

ବିଚ୍ଛିନ୍ନାଞ୍ଚଳରେ ୧୦୮ ବୋଟ ଆମ୍ବୁଲାନ୍ସ ଲୋକାର୍ପିତ, 5 ହଜାର ଲୋକ ହେବେ ଉପକୃତ

ଏହାଛଡ଼ା ମାଲିଗାଁ ଓ ପୋଡ଼ାପଦର ପଞ୍ଚାୟତ ସମେତ ଇନ୍ଦ୍ରାବତୀ ଜଳଭଣ୍ଡାର ଘେରି ରହିଥିବା ୨୪ଟି ଗାଁର ପ୍ରାୟ ୫ ହଜାର ଲୋକ ଏହି ଆମ୍ବୁଲାନ୍ସ ସେବା ଦ୍ବାରା ଉପକୃତ ହୋଇ ପାରିବେ। ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଏହି ବୋଟ ଆମ୍ବଲାନ୍ସକୁ ଲୋକାର୍ପଣ କରିଛନ୍ତି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ଏନଆରଏଚଏମ(nrhm) ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା ପ୍ରକଳ୍ପ ଅଧିକାରୀ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ ବିଚ୍ଛିନ୍ନାଞ୍ଚଳର ବହୁ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

...view details