ଓଡିଶା

odisha

ETV Bharat / state

ଅବକାରୀ ବିଭାଗର ଚଢାଉ, ୧.୮୨ କ୍ବିଣ୍ଟାଲ ଗଞ୍ଜେଇ ଜବତ - ଜୁନାଗଡ଼ ଥାନା ଅନ୍ତର୍ଗତ ବଲଦିଆମାଲ ଗାଁ

କଳାହାଣ୍ଡି ଜୁନାଗଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ । ୧ କ୍ବିଣ୍ଟାଲ ୮୨ କେଜି ଗଞ୍ଜେଇ ଜବତ । ଜଣେ ଗିରଫ । ଅଧିକ ପଢନ୍ତୁ...

ଅବକାରୀ ବିଭାଗର ଚଢ଼ାଉ, ୧.୮୨ କ୍ବିଣ୍ଟାଲ ଗଞ୍ଜେଇ ଜବତ
ଅବକାରୀ ବିଭାଗର ଚଢ଼ାଉ, ୧.୮୨ କ୍ବିଣ୍ଟାଲ ଗଞ୍ଜେଇ ଜବତ

By

Published : Dec 29, 2020, 7:03 AM IST

ଭବାନୀପାଟଣା: ରାଜ୍ୟରେ ଦିନକୁ ଦିନ ବେଆଇନ ଗଞ୍ଜେଇ ଚୋରା ଚାଲାଣ ବଢୁଥିବା ବେଳେ ଏହା ଉପରେ ତୀକ୍ଷ୍ନ ନଜର ରଖିଛି ଅବକାରୀ ବିଭାଗ । ତେବେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଲଦିଆମାଲ ଗାଁରେ ଅବକାରୀ ବିଭାଗ ଚଢ଼ାଉ କରି ୧ କ୍ବିଣ୍ଟାଲ ୮୨ କେଜି ଗଞ୍ଜେଇ ଜବତ କରିଛି ।

ଅବକାରୀ ବିଭାଗର ଚଢ଼ାଉ, ୧.୮୨ କ୍ବିଣ୍ଟାଲ ଗଞ୍ଜେଇ ଜବତ

ସୂଚନା ଅନୁଯାୟୀ, ଜୁନାଗଡ଼ ଥାନା ବଳଦିଆମାଲ ଗାଁର ଗଜାନନ ମେହେରଙ୍କ ଘରେ ବିପୁଳ ପରିମାଣର ଗଞ୍ଜେଇ ମହଜୁଦ ଥିବା ଜିଲ୍ଲା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ବଲଦିଆମାଲ ଗାଁରେ ଚଢ଼ାଉ କରିଥିଲା । ଏହି ସମୟରେ ଗଜାନନଙ୍କ ଘରୁ ୧.୮୨ କ୍ବିଣ୍ଟାଲ ଗଞ୍ଜେଇ ସହ ଗୋଟିଏ ଜେକ ମେସିନ, ଓଜନ ମେସିନ, ପ୍ରେସ ଟେବୁଲ ଆଦି ଜବତ କରାଯାଇଥିଲା । ଘଟଣାରେ ଅଭିଯୁକ୍ତ ଗଞ୍ଜେଇ ମାଫିଆ ଗଜାନନଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details