ଓଡିଶା

odisha

By

Published : Sep 3, 2022, 1:26 PM IST

ETV Bharat / state

ବେଲ୍ଟ ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ, ବଡ ଭାଇର ଜୀବନ ନେଲା ସାନ ଭାଇ

ପାରିବାରିକ କଳହର କରୁଣ ପରିଣତି । ବଡ ଭାଇକୁ ହତ୍ୟା କଲା ସାନ ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ବ୍ରଜରାଜନଗର ଓରିଏଣ୍ଟ ଥାନା ଅନ୍ତର୍ଗତ ଗୁଆଲାପଡା ବାବାମାଠିଆ ପଡ଼ାରେ । ଅଧିକ ପଢନ୍ତୁ

ସାନଭାଇର ଛୁରା ମାଡରେ ବଡ଼ ଭାଇର ମୃତ୍ୟୁ, ଅଭିଯୁକ୍ତ ଅଟକ
ସାନଭାଇର ଛୁରା ମାଡରେ ବଡ଼ ଭାଇର ମୃତ୍ୟୁ, ଅଭିଯୁକ୍ତ ଅଟକ

ଝାରସୁଗୁଡା: ପାରିବାରିକ କଳହର କରୁଣ ପରିଣତି । ବେଲ୍ଟ(BELT) ଆଗରେ ଫକା ପଡିଲା ରକ୍ତ ସମ୍ପର୍କ । ବଡ ଭାଇକୁ ମାରିବାକୁ ପଛାଇଲାନି ସାନ ଭାଇ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ବ୍ରଜରାଜନଗର ଓରିଏଣ୍ଟ ଥାନା ଅନ୍ତର୍ଗତ ଗୁଆଲାପଡା ବାବାମାଠିଆ ପଡ଼ାରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି । ମୃତକ ହେଉଛନ୍ତି ସୋମେଶ ଚୌହାନ (୨୨) ।

ସାନଭାଇର ଛୁରା ମାଡରେ ବଡ଼ ଭାଇର ମୃତ୍ୟୁ, ଅଭିଯୁକ୍ତ ଅଟକ

କ’ଣ ଥିଲା ପୁରା ଘଟଣା....

ସୂଚନା ଅନୁଯାୟୀ ଓରିଏଣ୍ଟ ଥାନା ଅନ୍ତର୍ଗତ ଗୁଆଲାପଡା ବାବାମାଠିଆ ପଡ଼ାରେ ରୁହନ୍ତି ସୋମେଶଙ୍କ ପରିବାର । ସୋମେଶଙ୍କ ଏକ ପୁତ୍ର ସନ୍ତାନ ହୋଇଥିବାରୁ ସେ ମେଡିକାଲରୁ ଶୁକ୍ରବାର ସନ୍ଧ୍ୟାରେ ଘରେ ପହଞ୍ଚି ଥିଲେ । ଆଉ ସାନଭାଇର ଉମେଶର ବେଲ୍ଟଟି ପିନ୍ଧି ଥିଲେ । ଏ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ଏଥିରେ ଉତ୍ୟକ୍ତ ହୋଇପଡିଥିଲେ ଉମେଶ । ବଡ ଭାଇକୁ ଛୁରୀରେ ଆକ୍ରମଣ କରିଥିଲେ । ଏ ସମୟରେ ପରିବାର ଲୋକେ ଉମେଶକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଗୁରୁତର ଅବସ୍ଥାରେ ଚଟାଣରେ ପଡିଥିବା ସୋମେଶଙ୍କୁ ମେଡିକାଲ ନେବା ପାଇଁ ପରିବାର ଲୋକେ ବିଳମ୍ବ କରିଥିଲେ । ମେଡିକାଲ ନେବା ବେଳକୁ ତାର ମୃତ୍ୟୁ ଘଟିଥିଲା । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ଏହାବି ପଢନ୍ତୁ:ପାରିବାରିକ କଳହର କରୁଣ ପରିଣତି, ଅଟୋ ଡ୍ରାଇଭରଙ୍କ ଆତ୍ମହତ୍ୟା

ସେପଟେ, ଖବର ପାଇ ଓରିଏଣ୍ଟ ପୋଲିସ ଓ ବ୍ରଜରଜନଗର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ । ତେବେ ଅଭିଯୁକ୍ତ ଜଣକ ପେଶାଦାର ଅପରାଧି ବୋଲି ଅଭିଯୁକ୍ତର ବାପା ଗଣେଶ ଚୌହାନ କହିଛନ୍ତି । ଗଣେଶଙ୍କ ତିନି ପୁଅଙ୍କ ମଧ୍ୟରୁ ମୃତକଟି ସବୁଠୁ ଭଲ ପିଲା ଥିବା ବେଳେ ତାଙ୍କର 6 ଦିନର ଶିଶୁପୁତ୍ର ଅଛି । ଅଭିଯୁକ୍ତକୁ କଠୋର ଦଣ୍ତ ଦେବା ପାଇଁ ଅନୁରୋଧ କରିଛି ଅଭିଯୁକ୍ତର ବାପା ।

ଇଟିଭି ଭାରତ, ଝାରସୁଗୁ଼ଡା

ABOUT THE AUTHOR

...view details