ଓଡିଶା

odisha

By

Published : Mar 10, 2020, 10:25 PM IST

ETV Bharat / state

ଦୁର୍ବୃତ୍ତଙ୍କ ଛୁରା ମାଡରେ ଯୁବକ ମୃତ, ପୋଲିସର ଛାନଭିନ ଆରମ୍ଭ

ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗରରେ ଯୁବକଙ୍କୁ ଛୁରାମାଡ କରି ଦୁର୍ବୃତ୍ତ ଫେରାର । ବ୍ରଜରାଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି । ଅଧିକ ପଢନ୍ତୁ...

young-man-was-stabbed-to-death-under-brajarajnagar-ps
ଯୁବକଙ୍କୁ ଛୁରା ମାଡ଼ ଦୁର୍ବୃତ୍ତ ଫେରାର, ଜଣେ ମୃତ

ଝାରସୁଗୁଡ଼ା: ଯୁବକଙ୍କୁ ଛୁରାମାଡ କରି ଦୁର୍ବୃତ୍ତ ଫେରାର । ଜିଲ୍ଲାର ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଠାରେ ଯୁବକଙ୍କୁ ଛୁରା ମାଡ ହୋଇଛି । ବ୍ରଜରାଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି ।

ଦୁର୍ବୃତ୍ତଙ୍କ ଛୁରା ମାଡରେ ଯୁବକ ମୃତ, ପୋଲିସର ଛାନଭିନ ଜାରି

ଝାରସୁଗୁଡା ଜିଲ୍ଲା ଗଙ୍ଗାନଗରରେ ରହୁଥିବା ଅଜୟ କୁମାର ପ୍ରଧାନଙ୍କୁ କେହି ଦୁର୍ବୃତ୍ତ ବେକରେ ଛୁରା ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମଣ୍ଡଳିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ହତ୍ୟାକାଣ୍ଡ କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବରଗଡରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details