ଝାରସୁଗୁଡା: ଗଳାକାଟି ଯୁବକଙ୍କୁ ନିର୍ମମ ହତ୍ୟା । ହତ୍ୟାପରେ ବିଚ୍ ରାସ୍ତା ଉପରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ସହରର ବେହେରାମାଲ ମୁଢ଼ି ମିଲ ଗଳି ରାସ୍ତାରେ । ରାସ୍ତାରେ ମୃତଦେହ ପଡିଥିବା ବେଳେ ଆଜି ସକାଳୁ ପଥଚାରୀ ମାନେ ଏହା ଦେଖି ଝାରସୁଗୁଡା ପୋଲିସକୁ ଖବର ଦେଇଥିଲେ ।
ଖବର ପାଇ ଘଟଣାସ୍ଥଳରେ ଝାରସୁଗୁଡା ଏସପି ବିକାଶ ଦାଶଙ୍କ ସହ ଏସଡିପିଓ, ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ପୋଲିସ ତଦନ୍ତ ପରେ ମୃତ ଯୁବକଙ୍କୁ ଚିହ୍ନଟ କରାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ମୁଙ୍ଗାପଡା ଅଞ୍ଚଳର ବିପିନ ସାହା । ତେବେ ଯୁବକଙ୍କୁ କିଏ, କାହିଁକି ଓ କେଉଁକାରଣକୁ କେନ୍ଦ୍ରକରି ଏପରି ନିର୍ମମ ହତ୍ୟାକରି ରାସ୍ତା ଉପରେ ପକାଇ ଦେଇଗଲା ସେନେଇ ଜଣାପଡିନାହିଁ ।