ଓଡିଶା

odisha

By

Published : Jun 30, 2021, 9:53 AM IST

ETV Bharat / state

ଠିକାସଂସ୍ଥାରେ ପୁନଃ ନିଯୁକ୍ତି ନମିଳିବାରୁ ଶ୍ରମିକଙ୍କ ଆନ୍ଦୋଳନ

MCL ଲଖନପୁର ଖୋଲାମୁହଁ କୋଇଲା ଖଣିରେ କୋଇଲା ଉତ୍ତୋଳନ ପାଇଁ ନିୟୋଜିତ ଶାହା କୋଲ୍ ଲିମିଡେଟ୍‌ ଠିକା ସଂସ୍ଥାରେ ପୁନଃ ନିଯୁକ୍ତି ଦାବିରେ ଶ୍ରମିକଙ୍କ ଆନ୍ଦୋଳନ । ଅଧିକ ପଢନ୍ତୁ...

ଠିକାସଂସ୍ଥାରେ ପୁନଃ ନିଯୁକ୍ତି ନମିଳିବାରୁ ଶ୍ରମିକଙ୍କ ଆନ୍ଦୋଳନ
ଠିକାସଂସ୍ଥାରେ ପୁନଃ ନିଯୁକ୍ତି ନମିଳିବାରୁ ଶ୍ରମିକଙ୍କ ଆନ୍ଦୋଳନ

ଝାରସୁଗୁଡ଼ା: ଶାହା କୋଲ୍ ଲିମିଡେଟ୍‌ ଠିକା ସଂସ୍ଥାରେ ପୁନଃ ନିଯୁକ୍ତି ଦାବିରେ ଶ୍ରମିକଙ୍କ ଆନ୍ଦୋଳନ । ତେବେ ମହାନଦୀ କୋଲ୍‌ ଫିଲ୍ଡ ଲିମିଟେଡ୍ (ଏମସିଏଲ) ଲଖନପୁର ଖୋଲାମୁହଁ କୋଇଲା ଖଣିରେ କୋଇଲା ଉତ୍ତୋଳନ ପାଇଁ ଶାହା କୋଲ୍ ଲିମିଡେଟ୍‌ ନାମକ ଠିକାସଂସ୍ଥା ନିୟୋଜିତ ହୋଇଛି । ପୂର୍ବରୁ ନିୟୋଜିତ ଭିଏଫପିଏଲ ଠିକା ସଂଘର କାମ ଶେଷ ହୋଇଯାଇଥିବା ବେଳେ ନୂତନ ଶାହା କୋଲ୍ ଲିମିଡେଟ୍‌ ଠିକା ସଂସ୍ଥାରେ ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନ ଚଳାଇଛନ୍ତି ଠିକା ଶ୍ରମିକମାନେ ।

ଠିକାସଂସ୍ଥାରେ ପୁନଃ ନିଯୁକ୍ତି ନମିଳିବାରୁ ଶ୍ରମିକଙ୍କ ଆନ୍ଦୋଳନ

ଶ୍ରମିକମାନେ ଆନ୍ଦୋଳନ ପରିସର ସ୍ଥିତ ଠିକା ସଂସ୍ଥା କ୍ୟାମ୍ପ ସମ୍ମୁଖରେ ଗତ ସୋମବାର ଠାରୁ ଧାରଣାରେ ବସିଥିଲେ କିନ୍ତୁ ଗତକାଲି(ମଙ୍ଗଳବାର) ଠିକା କର୍ମଚାରୀ ମାନେ ନିଜ ପରିବାରର ମହିଳା ଓ ଛୁଆଙ୍କୁ ନେଇ ଲଖନପୁର ଖୋଲାମୁହଁ କୋଇଲା ଖଣିର ପ୍ରୋଜେକ୍ଟ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଆଗରୁ ସୂଚନା ରହିଛି ଠିକା ସଂସ୍ଥା, ହାଇୱା ଓ ଜେସିବି ଲଗାଇ କାମ ଆରମ୍ଭ କରିବା ପାଇଁ ଉଦ୍ୟମ କରୁଥିବାବେଳେ ଆନ୍ଦୋଳନକାରୀ ଶ୍ରମିକ ମେଶିନ ସମ୍ମୁଖରେ ଶୋଇ ବିରୋଧ କରିଥିଲେ । ଫଳରେ ଠିକା ସଂସ୍ଥା ସପକ୍ଷବାଦୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆନ୍ଦୋଳନକାରୀଙ୍କ ବିରୋଧ ପରେ ଠିକା ସଂସ୍ଥା ସପକ୍ଷବାଦୀ ଧାରଣାସ୍ଥଳରୁ ଚାଲିଯାଇଥିଲେ । ତେବେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳକାରୀ ଶ୍ରମିକମାନେ ଜିଦରେ ଅଟଳ ରହିଛନ୍ତି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details