ଓଡିଶା

odisha

ETV Bharat / state

ଝାରସୁଗୁଡାର ଗର୍ବ ଗୁରାଂଶ; ଇଣ୍ଡିଆ ବୁକ ଅଫ ରେକର୍ଡରେ କୁନି ଅଲରାଉଣ୍ଡର - ଇଣ୍ଡିଆ ବୁକ ଅଫ ରେକର୍ଡ

ସ୍କେଟିଂ, ମଡେଲିଂ, ନୃତ୍ୟଗୀତ ସହ ପଢୁଛନ୍ତି 4ଟି ଭାଷା । A to Z ଲେଟର ଟାଇପ କରୁଛନ୍ତି 3 ସେକେଣ୍ଡରେ । ଲକ୍ଷ୍ୟ ଗିନିଜ ବୁକ ଅଫ ରେକର୍ଡ ।

ଫଟୋ ସୌଜନ୍ୟ: ପ୍ରତିନିଧି ଝାରସୁଗୁଡା

By

Published : Nov 19, 2019, 5:26 PM IST

ଝାରସୁଗୁଡା: ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ । ଚେଷ୍ଟା, ପରିଶ୍ରମ ଏବଂ ପ୍ରଶିକ୍ଷଣ ଦ୍ବାରା ସବୁ ସମ୍ଭବ ହୋଇପାରିବ । ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଝାରସୁଗୁଡାର ବିସ୍ମୟ ବାଳକ ଗୁରଂଶ ଚାୱଲା । ତୃତୀୟ ଶ୍ରେଣୀର ଛାତ୍ର ଗୁରାଂଶ ଚାୱଲା ତାଙ୍କର ଅନନ୍ୟ ପ୍ରତିଭା ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବା ବେଳେ ଆଗକୁ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡାରେ ଥିବା ମାଇଁ କିଡ୍ସ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ଗୁରାଂଶ ଏବେ ବେଶ ଚର୍ଚ୍ଚାରେ । ବୟସ 8ବର୍ଷ, ପ୍ରତିଭା ଅନେକ । ପାଠ ହେଉ କି ସାଠ କୌଣସି ଗୁଣରେ କମ୍‌ ନୁହଁନ୍ତି ସେ । ମଲ୍ଟି ଟ୍ୟାଲେଣ୍ଟେଡ ବାଳକକୁ ଅଲରାଉଣ୍ଡର କହିଲେ ବି ଅତ୍ୟୁକ୍ତି ହେବନି । ଅତି ନିର୍ଭୁଲ ଭାବରେ ଚାରୋଟି ଭାଷାକୁ ପଢିବା ସହ ସେ ସ୍କେଟିଂ ଓ ମଡେଲିଂ ବି କରନ୍ତି । ଖାଲି ସେତିକି ନୁହେଁ ଗିଟାର ଓ କ୍ୟାସିଓ ବଜାଇବାରେ ବି ଖୁବ ଧୁରନ୍ଧର । ଆଉ A to Z ଲେଟର ଟାଇପ କରିବାକୁ ନିଅନ୍ତି ମାତ୍ର 3 ସେକେଣ୍ଡ । ଏହାଛଡା ପହଁରିବା, ନାଚିବା ଓ ସ୍ବଳ୍ପ ସମୟରେ କ୍ୟୁବ ସମାଧାନରେ ମଧ୍ୟ ତାଙ୍କର ଗଭୀର ଜ୍ଞାନ ।

ଏ କୃତିତ୍ବ ପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଆଉ ଆଗକୁ ଗିନିଜ ବୁକ ଅଫ ରେକର୍ଡ ହାସଲ ପାଇଁ ଜାରି ରହିଛି ତାଙ୍କ ପ୍ରୟାସ । ତେବେ ଗୁରାଂଶଙ୍କ ଏହି ଅନନ୍ୟ ବିରଳ ପ୍ରତିଭା ପଛରେ ରହିଛି ଅଦ୍ୟମ ଉତ୍ସାହ, ଆତ୍ମବିଶ୍ବାସ ଓ କଠିନ ପରିଶ୍ରମ । ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆଶା ରଖିଥିବା ଗୁରାଂଶଙ୍କୁ ପାଇ ପରିବାର ଠୁ ସ୍କୁଲ ସମସ୍ତେ ବେଶ ଗର୍ବିତ ।

ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ହିଁ ସଫଳତାର ମୁଖ୍ୟ ଚାବିକାଠି ବୋଲି ପ୍ରମାଣ କରିଛନ୍ତି ଗୁରାଂଶ । ତେବେ ଆଗକୁ ସେ ସଫଳତାର ଶୀର୍ଷରେ ପହଞ୍ଚନ୍ତୁ ଓ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରି ଓଡିଶାକୁ ଗର୍ବିତ କରିବେ ବୋଲି ଆଶା ଓ ବିଶ୍ବାସ ।

ଝାରସୁଗୁଡାରୁ ରବି ନାରାୟଣ ସାହୁଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details