ଓଡିଶା

odisha

Jharsuguda By Poll: ମହିଳା ଭୋଟ ହୋଇପାରେ ନିର୍ଣ୍ଣାୟକ

By

Published : May 11, 2023, 8:51 PM IST

Updated : May 12, 2023, 9:43 PM IST

ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଝାରସୁଗୁଡା ଉପନିର୍ବାଚନରେ 79.21 ପ୍ରତିଶତ ମତଦାନ ହୋଇଛି । ଯାହାକି ଗତ ନିର୍ବାଚନ ଠାରୁ ଅଧିକ । 86560 ମହିଳା ଭୋଟର ଭୋଟ ଦେଇଥିବା ବେଳେ 89044 ହଜାର ପୁରୁଷ ଭୋଟର ଭୋଟ ଦେଇଛନ୍ତି । ଏତତ ବ୍ୟତୀତ ଅନ୍ୟାନ୍ୟ ବର୍ଗରୁ 12 ଜଣ ଭୋଟର ଭୋଟ ଦେଇଛନ୍ତି ।

ମହିଳା ଭୋଟ ହୋଇପାରେ ନିର୍ଣ୍ଣାୟକ
ମହିଳା ଭୋଟ ହୋଇପାରେ ନିର୍ଣ୍ଣାୟକ

ମହିଳା ଭୋଟ ହୋଇପାରେ ନିର୍ଣ୍ଣାୟକ

ଭୁବନେଶ୍ବର/ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନରେ ମହିଳା ଭୋଟର ହେବେ ନିର୍ଣ୍ଣାୟକ । ମୋଟ ମତଦାନରୁ ସର୍ବାଧିକ ଭୋଟ ମହିଳା ଦେଇଥିବାରୁ ଏବେ ଝାରସୁଗୁଡା ଉପନିର୍ବାଚନର ଫଳାଫଳାକୁ ନେଇ ଉତ୍କଣ୍ଠା ବଢିଯାଇଛି । କେଉଁ ଦଳକୁ ମହିଳା ଦେଇଛନ୍ତି ଭୋଟ ? ବହୁ ସଂଖ୍ୟାରେ ମହିଳା ଭୋଟ ଦେବାର କାରଣ କଣ ? ଏଭିଳ ଅନେକ ପ୍ରଶ୍ନ ଏବେ ଉଠୁଛି ।

ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଝାରସୁଗୁଡା ଉପନିର୍ବାଚନରେ 79.21 ପ୍ରତିଶତ ମତଦାନ ହୋଇଛି । ଯାହାକି ଗତ ନିର୍ବାଚନ ଠାରୁ ଅଧିକ । ଆଉ ଏହି 79.21 ପ୍ରତିଶତ ମତଦାନରେ ମହିଳାଙ୍କ ଭୋଟ ସର୍ବାଧିକ ରହିଛି । 86560 ମହିଳା ଭୋଟର ଭୋଟ ଦେଇଥିବା ବେଳେ 89044 ହଜାର ପୁରୁଷ ଭୋଟର ଭୋଟ ଦେଇଛନ୍ତି । ଏତତ ବ୍ୟତୀତ ଅନ୍ୟାନ୍ୟ ବର୍ଗରୁ 12 ଜଣ ଭୋଟର ଭୋଟ ଦେଇଛନ୍ତି ।

ଏହାବି ପଢନ୍ତୁ- Naveen meets PM Modi: ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନା: ନବୀନ

ଏହାକୁ ନେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି ମହିଳା ଭୋଟରଙ୍କ ମତଦାନ ଝାରସୁଗୁଡା ଫଳାଫଳରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମହିଳା ଭୋଟରଙ୍କ ଅଧିକ ମତଦାନ ନିଶ୍ଚିତ ଭାବେ ସରକାରୀ ଦଳ ସପକ୍ଷରେ ଯାଇପାରେ ବୋଲି କହିଛନ୍ତି । କାରଣ ମିଶନ ଶକ୍ତି ମହିଳା ସଂଗଠନ ଏଥିରେ ସାମିଲ ଅଛି । ବିଜେଡିର ପ୍ରତିଟି ଜନସମାବେଶରେ 90 ପ୍ରତିଶତ ମହିଳା ହିଁ ଯୋଗ ଦେଉଥିଲେ । ତେଣୁ ଜଳ ଜଳ ହୋଇ ଦେଖାଯାଉଛି ମହିଳା ଭୋଟ ବିଜେଡି ସପକ୍ଷରେ ଯାଇଥିବ । ଯାହା ବିଜେଡିକୁ ଜିତାଇବାରେ ବେଶ ସହାୟକ ହେବ ବୋଲି କହିଛନ୍ତି ।

ସେପଟେ ମହିଳା ଭୋଟରଙ୍କ ଅଧିକ ସଂଖ୍ୟକ ମତଦାନକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ବି ମୁହଁ ଖୋଲିଛନ୍ତି । କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ଭରତ ଅଓ୍ବସ୍ଥି କହିଛନ୍ତି ଏହା ଏକ ଶୁଭ ସଙ୍କେତ । ସମ୍ପୂର୍ଣ୍ଣ ସ୍ବାଧୀନ ଭାବେ ଭୋଟ ଦେଇଛନ୍ତି । ସେମାନଙ୍କର ଗଣତାନ୍ତ୍ରୀକ ଅଧିକାରକୁ ସାବ୍ୟସ୍ତ କରିପାରିଛନ୍ତି । ଯାହା ଝାରସୁଗୁଡା ରାଜନୀତି ପାଇଁ ଶୁଭ ସଂକେତ । କିନ୍ତୁ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଖୁବ କମ ଦିନ ଭିତରେ ପ୍ରାର୍ଥୀ ହୋଇଥିଲେ । ଜନତା ତାଙ୍କୁ ନିରବତାର ସହିତ ଭୋଟ ଦେଇଛନ୍ତି ଯାହା ଫଳାଫଳ ଆସିଲେ ସ୍ପଷ୍ଟ ହୋଇଯିବ । ବିଜେପି ନେତ୍ରୀ ମମତା ବେହେରା କହିଛନ୍ତି ମହିଳାମାନେ ସଶକ୍ତ ହୋଇ ଆଗେଇ ଆସିଛନ୍ତି ଭୋଟ ଦେବା ପାଇଁ । ଏହା ଶୁଭ ସଂକେତ । ମୋଦିଙ୍କ ବିକାଶମୂଳକ ଯୋଜନା ଦ୍ବାରା ମହିଳାମାନେ ପ୍ରଭାବିତ ହୋଇ ଭୋଟ ଦେବାକୁ ଆସିଛନ୍ତି । ମହିଳାମାନଙ୍କର ଏହି ଭୋଟ ବିଜେପି ସପକ୍ଷରେ ଯିବ । 13 ତାରିଖରେ ଫଳାଫଳ ଆସିଲେ ଦେଖିବେ ବିଜେପି ହିଁ ଜିତିବ ।

ବିଜେଡି ନେତ୍ରୀ ବି. ନାଗେଶ୍ବରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମହିଳା ସଶକ୍ତିକରଣ କଲ୍ୟାଣାକାରୀ ଦିଗରେ ନେଇଥିବା ପଦକ୍ଷେପ ଦ୍ବାରା ପ୍ରଭାବିତ ହୋଇଛନ୍ତି ମହିଳା । ପୁଣି ଦଳ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି । ତେଣୁ ପ୍ରାର୍ଥୀ ଓ ଯୋଜନା ଦ୍ବାରା ପ୍ରଭାବିତ ହୋଇ ଏତେ ସଂଖ୍ୟାରେ ମହିଳା ଭୋଟର ଭୋଟ ଦେଇଛନ୍ତି । ଯାହା ବିଜେଡିକୁ ଜିତିବାରେ ବେଶ ସହାୟକ ହେବ ।

ଆସନ୍ତା 13 ତାରିଖରେ ହେବ ଭୋଟ ଗଣତି । ଭୋଟ ଗଣତି ପରେ ସ୍ପଷ୍ଟ ହେବ ଝାରସୁଗୁଡାବାସୀ କାହା ଉପରେ ଆସ୍ଥା ପ୍ରକଟ କରିଛନ୍ତି । ବିଶେଷ କରି ମହିଳା ଭୋଟରଙ୍କୁ ପ୍ରଭାବିତ କରିବାରେ କିଏ ସଫଳ ହୋଇପାରିଛି । କାହା ସପକ୍ଷରେ ପଡିଛି ମହିଳା ଭୋଟ ।

ଇଟିଭି ଭାରତ, ଭୁବନେଶ୍ବର/ଝାରସୁଗୁଡା

Last Updated : May 12, 2023, 9:43 PM IST

ABOUT THE AUTHOR

...view details