ଓଡିଶା

odisha

ETV Bharat / state

ହୀରାକୁଦ ଜଳଭଣ୍ଡାରରୁ ମହିଳାଙ୍କ ଭାସମାନ ମୃତଦେହ ଉଦ୍ଧାର - ହୀରାକୁଦ ଜଳ ଭଣ୍ଡାରରୁ ମୃତଦେହ ଉଦ୍ଧାର

ହୀରାକୁଦ ଜଳ ଭଣ୍ଡାରରେ ଭାସୁଛି ମହିଳାଙ୍କ ମୃତଦେହ । କିଏ ଏହି ମହିଳା ସେନେଇ ଚାଲିଛି ତନାଘନା । ଅଧିକ ପଢ଼ନ୍ତୁ

ହୀରାକୁଦ ଜଳଭଣ୍ଡାରରୁ ମହିଳାଙ୍କ ଭାସମାନ ମୃତଦେହ ଉଦ୍ଧାର
ହୀରାକୁଦ ଜଳଭଣ୍ଡାରରୁ ମହିଳାଙ୍କ ଭାସମାନ ମୃତଦେହ ଉଦ୍ଧାର

By

Published : Jul 21, 2022, 6:01 PM IST

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ବାଲଣ୍ଡା ଗ୍ରାମ ନିକଟସ୍ଥ ହୀରାକୁଦ ଜଳ ଭଣ୍ଡାରରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ମୃତ ଦେହଟି ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିଲା । ଏହା ଦେଖି ମତ୍ସ୍ୟଜୀବୀ ଜଣକ ସ୍ଥାନୀୟ ବାସିନ୍ଦା ଏବଂ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଲଖନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ।

ହୀରାକୁଦ ଜଳଭଣ୍ଡାରରୁ ମହିଳାଙ୍କ ଭାସମାନ ମୃତଦେହ ଉଦ୍ଧାର

ତେବେ ଏ ମୃତ ଦେହଟି କେଉଁଠୁ ଆସିଲା ? କିଏ ଏହି ମହିଳା ଜଣକ ସେ ସମ୍ପର୍କରେ ପୋଲିସ ଏଯାଏଁ କୌଣସି ସୁରାକ ପାଇ ପାରିନାହିଁ। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ମହିଳାଙ୍କର ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ ମୃତ୍ୟୁର କାରଣ । ମହିଳାଙ୍କୁ କେହି ହତ୍ୟା କରିଛି ନା ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି । ଏହାସହ ମହିଳାଙ୍କ ଘର କେଉଁଠି ତାହା ଖୁବଶୀଘ୍ର ଜାଣିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details