ଓଡିଶା

odisha

Jharsuguda Byelection Result: ଆଜି ଝାରସୁଗୁଡା ଫଇସଲା, କିଏ ମାରିବ ବାଜି

By

Published : May 13, 2023, 7:59 AM IST

କିଏ ଜିତିବି ଝାରସୁଗୁ଼ଡା ବାଜି । ଆଜି ଆସିବ ଜନତାଙ୍କ ରାୟ । ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହେବ ।

Jharsuguda Byelection Result
ଝାରସୁଗୁ଼ଡା ଉପନିର୍ବାଚନ ଭୋଟ ଗଣତି

ଝାରସୁଗୁଡା:କାହାର ହେବ ଝାରସୁଗୁଡା । କିଏ ମାରିବ ବାଜି କାହାର ହେବ ହାର । କାହାକୁ ନେତା ବାଛିଛନ୍ତି ଜନତା । କାହା ମୁଣ୍ଡରେ ସୁନାକଳସ ଢାଳିଛନ୍ତି ଝାରସୁଗୁଡାବାସୀ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ପରେ ସ୍ପଷ୍ଟ ହୋଇଯିବ ଚିତ୍ର । ଆଜି ଆସିବ ଝାରସୁଗୁଡା ଉପନିର୍ବାଚନ ଫଳାଫଳ । ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହେବ । ଇଭିଏମରେ ସିଲ ଥିବା 9 ପ୍ରାର୍ଥୀଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ । ମତ ଗଣନା ପାଇଁ ଝାରସୁଗୁଡା ଇଞ୍ଜିନିୟରିଂ କଲେଜରେ ବ୍ୟାପକ ପ୍ରସ୍ତୁତି ହୋଇଛି । କଡା ସୁରକ୍ଷା ବଳରେ ରହିଛି ଇଭିଏମ ।

14ଟି ଟେବୁଲରେ 18 ରାଉଣ୍ଡରେ 253 ବୁଥର ଭୋଟ ଗଣତି ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା ପରେ 8ଟା 30ରୁ ଇଭିଏମ ଭୋଟ ଗଣତି ଆରମ୍ଭ ହେବ । ସବୁ ବୁଥରେ ଗଣତି ସରିବା ପରେ 5ଟି ବୁଥରେ ଭିଭିପାଟ ଗଣତି କରାଯିବ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଅପରାହ୍ନ 4ଟାରୁ ସନ୍ଧ୍ୟା 6ଟା ଭିତରେ ଫଳାଫଳ ଘୋଷଣା କରାଯିବ । ମତ ଗଣନା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ରାଜ୍ୟ ସଶସ୍ତ୍ର ପୋଲିସ ଓ ଓଡ଼ିଶା ପୋଲିସ ନିୟୋଜିତ ହୋଇଛନ୍ତି ।

ସିଇଓଙ୍କ ଠାରୁ ପାସ ପ୍ରାପ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଗଣନା ହଲକୁ ଯାଇ ପାରିବେ । ଜିଲ୍ଲାପାଳ ଓ ରିଟର୍ଣ୍ଣିଂ ଅଫିସର ନିୟମିତ ବ୍ୟବଧାନରେ ରାଉଣ୍ଡ ବାରୀ ଫଳାଫଳର ସୂଚନା ପ୍ରଦାନ କରିବେ । ଗଣନା କାର୍ଯ୍ୟ ତଦାରଖ କରିବା ଲାଗି ସେଣ୍ଟ୍ରାଲ ଅବଜରଭର ଉପସ୍ଥିତ ରହିବେ । ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ କାଉଟିଙ୍ଗ ସୁପରଭାଇଜର, ଜଣେ ସହାୟକ ରହିଛନ୍ତି । ଏହାସହ ଜଣେ ମାଇକ୍ରୋ ଅବଜରଭର ରହିଛନ୍ତି । ସାଧାରଣ ଲୋକ ମଧ୍ୟ ସିଧାସଳଖ ଫଳାଫଳ ଜାଣିପାରିବେ । www.result.eci.gov.in କୁ ଲଗଇନ କରି ରାଉଣ୍ଡ ବାରୀ ଫଳାଫଳ ଜାଣି ହେବ ।

ଏହା ବି ପଢନ୍ତୁ...Jharsuguda By Poll: ମହିଳା ଭୋଟ ହୋଇପାରେ ନିର୍ଣ୍ଣାୟକ

ଏହା ବି ପଢନ୍ତୁ...ଇତିହାସ କହୁଛି, ଭୋଟ ପ୍ରତିଶତ ଅଧିକ ହେଲେ ସରକାର ବିରୋଧରେ ଯାଏ: ବିଜେପି

ପ୍ରକାଶଥାଉ କି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡା ଆସନ ଖାଲି ପଡିଥିଲା । ମେ 13 ତାରିଖରେ ଝାରସୁଗୁଡା ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମୋଟ 253ଟି ବୁଥରେ ମୋଟ 75.60 ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା । ଆଜି ଫଳାଫଳ ପ୍ରକାଶ ପାଇବ । 9 ପ୍ରାର୍ଥୀ ଥିଲେ ବି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଥିବା ତ୍ରିମୁଖୀ ଲଢେଇରେ କିଏ ଝାରସୁଗୁଡା ଦଖଲ କରିବ ତାହାକୁ ନେଇ ଚର୍ଚ୍ଚା । ଝାରସୁଗୁ଼ଡା ବାସୀ ବ୍ୟକ୍ତିତ୍ବ ନା ପ୍ରସଙ୍ଗକୁ ଭିତ୍ତି କରି ମତଦାନ ସାବ୍ୟସ୍ତ କରିଛନ୍ତି ତାହା ସ୍ପଷ୍ଟ ହୋଇଯିବ ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details