ଓଡିଶା

odisha

ଝାଡସୁଗୁଡାରେ ଜଳ ସଙ୍କଟ, ପାଣି ପାଇଁ ବିଜେପିର ଦାବିପତ୍ର ପ୍ରଦାନ

ଟ୍ୟାଙ୍କର ମାଧ୍ୟମରେ ଜଳଯୋଗାଣ ପାଇଁ ବିଜେପି ଝାରସୁଗୁଡା ଓ ସହରବାସୀ ପୌରାଞ୍ଚଳ ଅଫିସରେ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ବିଷୟରେ ପିଏଚଡି ଏକ୍ସିକ୍ୟୁଟିଭ ଇଞ୍ଜିନିୟରଙ୍କୁ ତୁରନ୍ତ ଜଣାଯିବ ବୋଲି ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ କହିଛନ୍ତି ।

By

Published : Jun 20, 2019, 5:20 PM IST

Published : Jun 20, 2019, 5:20 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡ଼ା: ଜିଲ୍ଲାର ପୌରାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ପାଣି ପାଇଁ ସହର ବାସିନ୍ଦା ଡହଳବିକଳ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଉ ନଥିବାରୁ ଅସନ୍ତୋଷ ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଟ୍ୟାଙ୍କର ମାଧ୍ୟମରେ ଜଳଯୋଗାଣ ପାଇଁ ବିଜେପି ଝାରସୁଗୁଡା ଓ ସହରବାସୀ ପୌରାଞ୍ଚଳ ଅଫିସରେ ଦାବିପତ୍ର ପ୍ରଦାନ କରିଛନ୍ତି । ପୌରାଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳକୁ ଜଳଯୋଗାଣ, ଠିକ ସମୟରେ ପାଣି ଟ୍ୟାଙ୍କର ଯୋଗେ ପାଣି ମିଳୁ ନଥିବା ସହ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଜମା ହେବା ଓ ଜିଲ୍ଲାରେ ଥିବା ନଦୀ ଗୁଡିକ ଶୁଖିଯିବା ଫଳରେ ଉତ୍କଟ ଜଳ ସମସ୍ୟା ଦେଖାଦେଉଥିବା ନେଇ ଦାବି ପତ୍ରରେ ଉଲ୍ଲେଖ ରହିଥିବା ବିଜେପି ନେତା ଦିନେଶ ଜୈନ କହିଛନ୍ତି ।

ଅନ୍ୟପକ୍ଷରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଥିବାରୁ ଦାବିପତ୍ର ବିଷୟରେ ପିଏଚଡି ଏକ୍ସିକ୍ୟୁଟିଭ ଇଞ୍ଜିନିୟରଙ୍କୁ ତୁରନ୍ତ ଜଣାଯିବ ବୋଲି ନିର୍ବାହୀ ଅଧିକାରୀ ରାମ ଚନ୍ଦ୍ର ପ୍ରଧାନ କହିଛନ୍ତି ।

ପୌରାଞ୍ଚଳରେ ଥିବା 27 ୱାର୍ଡ ମଧ୍ୟରୁ 11ଟି ୱାର୍ଡରେ ପାନୀୟ ଜଳଯୋଗାଣ ହେଉଥିବା ବେଳେ ଅନ୍ୟ ୱାର୍ଡରେ ପାଣି ମିଳୁନଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ଏଥିପ୍ରତି ପୌରପରିଷଦ ଦୃଷ୍ଟି ଦେଇ ଜଳଯୋଗାଣ ଓ ଆବର୍ଜନା ସଫେଇ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details