ଝାରସୁଗୁଡା : ଆଜି ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଏଥିପାଇଁ ରେଙ୍ଗାଲୀ ନିର୍ବାଚନ ମଣ୍ଡଳୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ସ୍ଥାନ ଖିଣ୍ଡା ଗ୍ରାମରେ ମତଦାତାମାନେ ମତଦାନ ପାଇଁ ପୋଲିଂ ବୁଥରେ ପହଞ୍ଚିଛନ୍ତି । ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଖୁବ ଉତ୍ସାହିତ ଅଛନ୍ତି ଭୋଟର ।
ରେଙ୍ଗାଲୀ ନିର୍ବାଚନ ମଣ୍ଡଳୀରେ ସୁରୁଖୁରୁରେ ଚାଲିଛି ଭୋଟଗ୍ରହଣ - booth
ଆଜି ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଏଥିପାଇଁ ରେଙ୍ଗାଲୀ ନିର୍ବାଚନ ମଣ୍ଡଳୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ସ୍ଥାନ ଖିଣ୍ଡା ଗ୍ରାମରେ ମତଦାତା ମାନେ ମତଦାନ ପାଇଁ ପୋଲିଂ ବୁଥରେ ପହଞ୍ଚିଛନ୍ତି ।
ଫଟୋ ସୌଜନ୍ୟ: ପ୍ରତିନିଧି,ଝାରସୁଗୁଡା
ଖିଣ୍ଡା ଗ୍ରାମର ବୁଥ ନମ୍ବର 03ରେ ଦେଖିବାକୁ ମିଳିଛି ଭୋଟର ଭିଡ । ଧାଡିରେ ଠିଆ ହୋଇ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେଉଛନ୍ତି ଭୋଟର ।
ଯୁବକଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ମଧ୍ୟ ସାମିଲ ହୋଇଛନ୍ତି ଏହି ବୁଥରେ । ଯିଏ ଆମ ପାଇଁ ବିକାଶମୂଳକ କାମ କରିବେ, ତାଙ୍କୁ ଆମେ ଭୋଟ ଦେବୁ ବୋଲି କହିଛନ୍ତି ପୋଲିଂବୁଥରେ ଥିବା ମହିଳା ଭୋଟର।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ
Last Updated : Apr 23, 2019, 1:43 PM IST