ଓଡିଶା

odisha

ETV Bharat / state

Jharsuguda Byelection Result: ଝାରସୁଗୁଡା ରେସ୍‌, ଆଗୁଆ ଦୀପାଳି - ଝାରସୁଗୁଡା ଉପନିର୍ବାଚନ

ଝାରସୁଗୁଡା ଲଢେଇର ଭୋଟ ଗଣତି ଜାରି ରହିଛି । 18 ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗୁଆ ରହିଛନ୍ତି । ଅଧିକ ପଢନ୍ତୁ

Jharsuguda Byelection Result
Jharsuguda Byelection Result

By

Published : May 13, 2023, 9:54 AM IST

Updated : May 13, 2023, 12:04 PM IST

Jharsuguda Byelection Result

ଝାରସୁଗୁଡା:କାହାର ହେବ ଝାରସୁଗୁଡା । କିଏ ପିନ୍ଧିବ ବିଜୟ ମୁକୁଟ । ବାସ୍‌ ଆଉ କିଛି ସମୟ ଅପେକ୍ଷା । ବାହାରିବ ଉପନିର୍ବାଚନ ରେଜଲ୍ଟ । କଡା ସୁରକ୍ଷା ବଳୟରେ ଭୋଟ ଗଣତି ଜାରି ରହିଛି । 18 ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ରହିଛନ୍ତି । ବିଜେଡି ପ୍ରାର୍ଥୀ ୪୮, ୪୫୯ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ଦୀପାଳିଙ୍କୁ ମୋଟ 106, 502 ଖଣ୍ଡ ଭୋଟ ମିଳିଛି ।

ଝାରସୁଗୁଡା ଫାଇଟରେ ପଛରେ ପଡି ଯାଇଛନ୍ତି ବିଜେପି ଓ କଂଗ୍ରେସ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେ ମୋଟ 51, 931ଖଣ୍ଡ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ରହିଛନ୍ତି । ସେ ମୋଟ 4 ,133 ଖଣ୍ଡ ଭୋଟ ପାଇଛନ୍ତି । ମେ 10 ତାରିଖରେ ଝାରସୁଗୁଡା ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ଫଳାଫଳ ପ୍ରକାଶ ପାଇବ । ଏନେଇ ସକାଳ 8ଟାରୁ ଭୋଟ ଗଣତି ଜାରି ରହିଛି ।

14ଟି ଟେବୁଲରେ 19 ରାଉଣ୍ଡରେ 253 ବୁଥର ଭୋଟ ଗଣତି ହେବ । ମୈଦାନରେ 9 ପ୍ରାର୍ଥୀ ଥିଲେ ସୁଦ୍ଧା ବିଶେଷ କରି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଥିବା ତ୍ରିମୁଖୀ ଲଢେଇରେ କିଏ ଝାରସୁଗୁଡା ଦଖଲ କରିବ ତାହା ଉପରେ ସମସ୍ତଙ୍କ ନଜର ରହିିଛି । କଡା ସୁରକ୍ଷା ବଳୟ ଭିତରେ ଗଣତି ଜାରି ରହିଛି ।

ଏହା ବି ପଢନ୍ତୁ...ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନର୍ସିଂ ହେଉଛି ମେରୁଦଣ୍ଡ, ଖୁବ୍ ଶୀଘ୍ର ଆହୁରି ୧୭ଟି ନର୍ସିଂ କଲେଜ ଖୋଲିବ

ଏହା ବି ପଢନ୍ତୁ...Jharsuguda Byelection Result: ଆଜି ଝାରସୁଗୁଡା ଫଇସଲା, କିଏ ମାରିବ ବାଜି

ପ୍ରକାଶଥାଉ କି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡା ଆସନ ଖାଲି ପଡିଥିଲା । ମେ 10 ତାରିଖରେ ଝାରସୁଗୁଡା ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମୋଟ 253ଟି ବୁଥରେ ମୋଟ 75.60 ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା । ଆଜି ଫଳାଫଳ ପ୍ରକାଶ ପାଇବ । 9 ପ୍ରାର୍ଥୀ ଥିଲେ ବି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଥିବା ତ୍ରିମୁଖୀ ଲଢେଇରେ କିଏ ଝାରସୁଗୁଡା ଦଖଲ କରିବ ତାହାକୁ ନେଇ ଚର୍ଚ୍ଚା । ଝାରସୁଗୁ଼ଡା ବାସୀ ବ୍ୟକ୍ତିତ୍ବ ନା ପ୍ରସଙ୍ଗକୁ ଭିତ୍ତି କରି ମତଦାନ ସାବ୍ୟସ୍ତ କରିଛନ୍ତି ତାହା ସ୍ପଷ୍ଟ ହୋଇଯିବ ।

ଇଟିଭି ଭାରତ, ଝାରସୁଗୁଡା

Last Updated : May 13, 2023, 12:04 PM IST

ABOUT THE AUTHOR

...view details