ଝାରସୁଗୁଡା: ଭିଜିଲାନ୍ସ ଜାଲରେ ପାନପାଲି ଜିଆରଏସ l ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡା ଜିଲ୍ଲା ପାନପାଲି ପଞ୍ଚାୟତର ଜିଆରଏସ ଉଜ୍ବଳ କୁମାର ବଡ଼ମେରିଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଏହି ଚଢାଉ ସମୟରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ରହିଥିବା ଝାରସୁଗୁଡା ଭିଜିଲାନ୍ସ ଡ଼ିଏସପି ପକ୍ଷରୁ ସୂଚନା ମିଳିଛି ।
ଜିଆରଏସ ଉଜ୍ବଳ କୁମାର ବଡ଼ମେରିଙ୍କ ଝାରସୁଗୁଡା ବାଳିଜୁରୀ ସ୍ଥିତ ବାସଭବନ, ପାନପାଲି ଅଫିସ, ତାଙ୍କ ପୈତୃକ ଘର ଅର୍ଡା, ନୂଆ ଘର , ଶଶ୍ବୁର ଘର ଏବଂ ଦୋକାନଘର ସମେତ 5ଟି ସ୍ଥାନରେ ଚଢ଼ାଉ କରାଯାଇଛି l