ଝାରସୁଗୁଡା: ସାରା ରାଜ୍ୟରେ କୋରୋନା ମୁକାବିଲା ନେଇ ତତ୍ପର ସରକାର । ଯାହାକୁ ନେଇ ନିୟମ ସବୁ କଡ଼ାକଡ଼ି ହୋଇଛି । ତେବେ ନିୟମ ଯେମିତି କେହି ଉଲଙ୍ଘନ ନକରେ ତା ଉପରେ ନଜର ରଖିଛି ପୋଲିସ । କିନ୍ତୁ ଅନେକ ଲୋକ ନିୟମ ଉଲଙ୍ଘନ କରୁଥିବା ନଜର ଆସୁଛି । ଯାହାପରେ ତାଙ୍କ ଠାରୁ ଫାଇନ ଆଦାୟ କରାଯାଉଛି । ତେବେ ଏହି କ୍ରମରେ ଝାରସୁଗୁଡ଼ା ଜିଲ୍ଲାରେ ସଟଡାଉନ ସମୟରେ ଜଣେ ଯୁବକକୁ ପୋଲିସର ମାଡ଼ ମାରିବା ଭିଡିଓ ହେଲା ଭାଇରାଲ ହୋଇଛି।
ପ୍ରାୟ ସପ୍ତାହେ ତଳେ ସଟଡାଉନ ସମୟରେ ପୋଲିସ ଓ ମାଜିଷ୍ଟ୍ରେଟ ଚେକିଂ ଚାଲୁଥିବା ବେଳେ ସନ୍ତୋଷ ଯାଦବ ନାମକ ଜଣେ ବସ ମାଲିକଙ୍କ ପୁଅ ନିଜ ବସ ବିଷୟରେ ବୁଝିବାକୁ ବସଷ୍ଟାଣ୍ଡ ଆସିଲା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲେ। ଯୁବକ ଜଣକ ମାସ୍କ ନପିନ୍ଧି କାହିଁକି ବାହାରିଲେ ବୋଲି ପୋଲିସ ପଚାରିବା ସମୟରେ ସେ ପ୍ରଶାସନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବସ ଯୋଗାଡ କରିବାକୁ ଆସିଥିବା କହି ଉପସ୍ଥିତ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏଥିରେ ଉତକ୍ଷିପ୍ତ ପୋଲିସ କର୍ମଚାରୀ ସମ୍ପୃକ୍ତ ଯୁବକକୁ ଚାପୁଡା ମାରିଥିଲେ।