ଓଡିଶା

odisha

ଅନୁପ ସାଏ ମାମଲା, ପ୍ରତିକ୍ରିୟା ରଖିଲେ ମୃତକଙ୍କ ସମ୍ପର୍କୀୟ ଭାଇ

By

Published : Feb 15, 2020, 5:19 AM IST

ସ୍ତ୍ରୀ ଓ ଝିଅର ଡବଲ୍‌ ମର୍ଡରରେ ସମ୍ପୃକ୍ତି ନେଇ ପୋଲିସ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗୁରୁବାର ରାତିରେ ଗିରଫ କରିଥିଲା । ମୃତ ଶରୀରକୁ ପ୍ରଥମେ ଚିହ୍ନି ଥିବା ସମ୍ପର୍କୀୟ ଭାଇ ସରୋଜ ଦାସ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ...

ଅନୁପ ସାଏ ମାମଲା, ପ୍ରତିକ୍ରିୟା ରଖିଲେ ମୃତକଙ୍କ ସମ୍ପର୍କୀୟ ଭାଇ
ଅନୁପ ସାଏ ମାମଲା, ପ୍ରତିକ୍ରିୟା ରଖିଲେ ମୃତକଙ୍କ ସମ୍ପର୍କୀୟ ଭାଇ

ଝାରସୁଗୁଡା: ଜିଲ୍ଲାର ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ରାଜ୍ୟ ରାୟଗଡ଼ ଚକ୍ରଧରନଗର ଥାନା ପୋଲିସ ବୁଧବାର ରାତିରେ ଉଠାଇ ନେଇଥିଲା । ସ୍ତ୍ରୀ ଓ ଝିଅର ଡବଲ୍‌ ମର୍ଡରରେ ସମ୍ପୃକ୍ତି ନେଇ ପୋଲିସ ତାଙ୍କୁ ଗୁରୁବାର ରାତିରେ ଗିରଫ କରିଥିଲା । ଏ ସମ୍ପର୍କରେ ବିସ୍ତୃତ ଭାବେ ରାୟଗଡ ପୋଲିସ ଏସ୍‌ପି ସନ୍ତୋଷ ସିଂ ଶୁକ୍ରବାର ଏକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅନୁପ ସାଏ ମାମଲା, ପ୍ରତିକ୍ରିୟା ରଖିଲେ ମୃତକଙ୍କ ସମ୍ପର୍କୀୟ ଭାଇ

ତେବେ ଏସପିଙ୍କ ସୂଚନା ପରେ ମହିଳାଙ୍କ ମୃତ ଶରୀରକୁ ପ୍ରଥମେ ଚିହ୍ନି ଥିବା ସମ୍ପର୍କୀୟ ଭାଇ ସରୋଜ ଦାସ ପ୍ରତିକ୍ରିୟା ଦେଇଛନ୍ତି । ଏନେଇ କହିଛନ୍ତି, କିପରି ସେ ପ୍ରଥମେ ମୃତ ଶରୀରର ଫୋଟୋ ଦେଖିଲା ପରେ ତଦନ୍ତରେ ସାହାଯ୍ୟ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ, ସରୋଜ ଦାସ ଓଡିଶା ପୋଲିସରରେ ଜଣେ କନେଷ୍ଟବଳ ଭାବେ କାର୍ଯ୍ୟରତ ଅଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details