ଓଡିଶା

odisha

ETV Bharat / state

ସ୍କୁଲରେ ଜନ୍ମାଷ୍ଟମୀ ପର୍ବ, ଦହି ହାଣ୍ଡି ଭଙ୍ଗା ସହ ଶିଶୁଙ୍କ ପାଇଁ ବେଶ ପ୍ରତିଯୋଗିତା

ପଞ୍ଚପଡା ଶିଶୁ ବିକାଶ ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 6, 2023, 8:28 PM IST

janmashtami celebration by students
ସ୍କୁଲରେ ଜନ୍ମାଷ୍ଟମୀ ପର୍ବ

ସ୍କୁଲରେ ଜନ୍ମାଷ୍ଟମୀ ପର୍ବ

ଝାରସୁଗୁଡ଼ା: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଏହି ଅବସରରେ ପଞ୍ଚପଡ଼ା ଶିଶୁ ବିକାଶ ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଛି । ମାମୁଁ କଂସଙ୍କ ବନ୍ଦୀ ଗୃହରେ ମାତା ଦେବକୀଙ୍କ କୋଳରେ ଜନ୍ମ ନେବେ ପ୍ରଭୁ କୃଷ୍ଣ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯାଏ । ହିନ୍ଦୁ ଧର୍ମ ଅନୁସାରେ, ଭାଦ୍ରବ ମାସ କୃଷ୍ଣପକ୍ଷରେ ପାଳନ ହୁଏ ଜନ୍ମାଷ୍ଟମୀ ପର୍ବ। ଯେଉଁ ମଧ୍ୟ ରାତ୍ରରେ ଅଷ୍ଟମୀ ତିଥି ହୋଇଥାଏ ସେହି ରାତି ଏବଂ ତାହାର ପରଦିନକୁ ଶ୍ରଦ୍ଧାଳୁମାନେ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଇଥାଏ । ତେବେ ଆଜିର ଏହି ପବିତ୍ର ଦିନରେ ସବୁଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ...ଜନ୍ମାଷ୍ଟମୀରେ ଉତ୍ସବମୁଖର ଇସ୍କନ ମନ୍ଦିର, ଚାଲିଛି ରାଧାକୃଷ୍ଣଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ପଞ୍ଚପଡ଼ା ଶିଶୁ ବିକାଶ ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ବିଦ୍ୟାଳୟର ସମ୍ପାଦକ ଦିଗାମ୍ବର ମାଝୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ବିଦ୍ୟାଳୟର ଅନେକ ଶିଶୁ କୌତୁକ ବେଶ ପ୍ରତିଯୋଗିତାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ।

ଏହା ବି ପଢନ୍ତୁ...ଜନ୍ମାଷ୍ଟମୀରେ ଚଳଚଞ୍ଚଳ ଶ୍ରୀମନ୍ଦିର: ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ

ରାଧାକୃଷ୍ଣଙ୍କୁ ସ୍ଵତନ୍ତ୍ର ଭାବରେ ତାରିଣୀ ମହାନ୍ତି ଓ ଆର୍ଯ୍ୟ ପଟେଲଙ୍କ ଦାୟିତ୍ଵରେ ଦୋଳିରେ ଝୁଲା ଯାଇଥିଲା । ଚନ୍ଦ୍ରିକା କିଷାନ ଓ ଲୋପାମୁଦ୍ରା ଧଳଙ୍କ ସହଯୋଗରେ କୃଷ୍ଣ ଦହିହାଣ୍ଡି ଭାଙ୍ଗିବା କାର୍ଯ୍ୟକ୍ରମ କରାଯାଇଥିଲା । ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବା ପାଇଁ ଶିଶୁ ବିକାଶର ଏପରି କାର୍ଯକ୍ରମ ସମାଜ ପାଇଁ ବେଶ ପ୍ରେରଣାଦାୟୀ ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଛନ୍ତି । ପ୍ରଧାନଆଚାର୍ଯ୍ୟା ରଞ୍ଜିତା ନାଏକ କହିଛି, "ହିନ୍ଦୁ ସଂସ୍କୃତି ବିଷୟରେ ପିଲାଙ୍କୁ ଅବଗତ କରାଇବା ପାଇଁ ଏବଂ ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ବିଦ୍ୟାଳୟ ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି ।"

ଏହା ବି ପଢନ୍ତୁ...ଆଜି ପବିତ୍ର ଜନ୍ମାଷ୍ଟମୀ, ଧରାପୃଷ୍ଠରେ ଜନ୍ମ ନେବେ ଶ୍ରୀହରି

ଶେଷରେ ପ୍ରସାଦ ବଣ୍ଟନ କରାଯାଇ ବିଦ୍ୟାଳୟର ସହ ପ୍ରଧାନଆଚାର୍ଯ୍ୟା ରଞ୍ଜିତା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଅଭିଭାବକ ପ୍ରେମାନନ୍ଦ ପଟେଲ, ମନୋଜ ପାତ୍ର ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାକୁ ବର୍ଷା ରାଣୀ ନାଏକ ଓ ମନ୍ଦାକିନୀ ମେହେର ପରିଚାଳନା କରିଥିଲେ। ପଞ୍ଚପଡା ଶିଶୁ ବିକାଶ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଧୁମଧାମରେ ଏହି ଜନ୍ମାଷ୍ଟମୀ ପର୍ବ ପାଳନ କରିଛନ୍ତି । ଏହି ଅବସରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details