ଓଡିଶା

odisha

ଝାରସୁଗୁଡାରେ ରେଳମନ୍ତ୍ରୀ, ଷ୍ଟେସନରେ ଚା’ ପିଇ କଲେ ସମୀକ୍ଷା

By

Published : Nov 9, 2021, 1:07 PM IST

ଦୁଇ ଦିନିଆ ଝାରସୁଗୁଡା ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆଜି(ମଙ୍ଗଳବାର) ମନ୍ତ୍ରୀ ସହରର ସର୍ବପୁରାତନ ପୋଷ୍ଟ ଅଫିସ ସହିତ ରେଳ ଷ୍ଟେସନ ବୁଲି ଦେଖିଛନ୍ତି । ଅଧିକ ପଢନ୍ତୁ...

ଅଶ୍ବିନୀଙ୍କ ଝାରସୁଗୁଡା ଗସ୍ତ; ରେଳ ଷ୍ଟେସନ, ସର୍ବପୁରାତନ ପୋଷ୍ଟଅଫିସର କଲେ ସମୀକ୍ଷା
ଅଶ୍ବିନୀଙ୍କ ଝାରସୁଗୁଡା ଗସ୍ତ; ରେଳ ଷ୍ଟେସନ, ସର୍ବପୁରାତନ ପୋଷ୍ଟଅଫିସର କଲେ ସମୀକ୍ଷା

ଝାରସୁଗୁଡ଼ା:କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୋମବାର ଠାରୁ ଝାରସୁଗୁଡା ଗସ୍ତରେ ରହିଛନ୍ତି । ଅଶ୍ବିନୀଙ୍କ ଏହି ୨ ଦିନିଆ ଗସ୍ତରେ ସେ ଆଜି(ମଙ୍ଗଳବାର) ସକାଳୁ ସହର ଉପକଣ୍ଠରେ ଥିବା ସର୍ବପୁରାତନ ପୋଷ୍ଟ ଅଫିସ ଓ ରେଳ ଷ୍ଟେସନ ବୁଲି ଏହାର ସ୍ଥିତି ସମୀକ୍ଷା କରିଛନ୍ତି ।

ଅଶ୍ବିନୀଙ୍କ ଝାରସୁଗୁଡା ଗସ୍ତ; ରେଳ ଷ୍ଟେସନ, ପୋଷ୍ଟଅଫିସର କଲେ ସମୀକ୍ଷା

୧୮୮୨ ମସିହାରେ ନିର୍ମିତ ହୋଇଥିବା ସେହି ପୋଷ୍ଟ ଅଫିସକୁ ଆଗାମୀ ଦିନରେ ରେଳ ବିଭାଗ ଓ ଡାକ ବିଭାଗ ଦ୍ଵାରା ମରାମତି ସହ ରକ୍ଷଣାବେକ୍ଷଣ କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଏହା ସହ ରେଳ ଷ୍ଟେସନରେ ଥିବା ଏକ ଚା' ଷ୍ଟଲରୁ ଚା' ପିଇଥିଲେ ରେଳମନ୍ତ୍ରୀ । ରେଳ ଷ୍ଟେସନ ପରିଦର୍ଶନ ପରେ ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ରେଳ ବିଭାଗର ମହତ୍ତ୍ବପୂର୍ଣ୍ଣ ସ୍ଥାନ ହେଉଛି ଝାରସୁଗୁଡା । ଏହି ସ୍ଥାନରେ ୩ଟି ଡିଭିଜନର ଜଙ୍କସନ ରହିଛି । ଏଣୁ ଏହି ସ୍ଥାନରେ ଭବିଷ୍ୟତରେ ଉନ୍ନତିମୂଳକ କାର୍ଯ୍ୟ କରିବାର ରହିଛି ।

ଏହାସହିତ ଷ୍ଟେସନର ଆଧୁନୀକରଣ, ପରିମଳ ବ୍ୟବସ୍ଥା ଓ ଯାତ୍ରୀଙ୍କ ବିଶ୍ରାମଗାରର ଉନ୍ନତିକରଣ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି । ଜିଲ୍ଲାର ବିଭିନ୍ନ ଉନ୍ନିତକରଣ ଉପରେ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି ବୋଲି ମଧ୍ୟ କହିଛନ୍ତି ମନ୍ତ୍ରୀ । ଏହା ସହ ରେଳ ଷ୍ଟେସନରେ ଥିବା ଏକ ଚା' ଷ୍ଟଲରୁ ଚା' ପିଇଥିଲେ ରେଳମନ୍ତ୍ରୀ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details