ଓଡିଶା

odisha

ETV Bharat / state

ଚଳିତ ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପିର ବିଜୟ ହେବ: ଧର୍ମେନ୍ଦ୍ର ପ୍ରଧାନ - ଝାରସୁଗୁଡ଼ା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡ଼ା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଲେ ଧର୍ମେନ୍ଦ୍ର । ଅଧିକ ପଢ଼ନ୍ତୁ

dharmendra pradhan visits jharsuguda
ଝାରସୁଗୁଡ଼ା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By

Published : Apr 23, 2023, 10:40 PM IST

ଝାରସୁଗୁଡ଼ା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡ଼ା: ଝାରସୁଗୁଡ଼ା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ଉପନିର୍ବାଚନ ପରିପ୍ରେକ୍ଷୀରେ ଆୟୋଜିତ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ କର୍ମକର୍ତ୍ତା ବୈଠକରେ ଯୋଗ ଦେଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଆୟୋଜିତ ବୈଠକରେ ବରିଷ୍ଠ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଛନ୍ତି ।

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଓହ୍ଲାଇବା ପରେ ଏକ ଘରୋଇ ହୋଟେଲରେ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ବୀର କରୁଣାକର ସିଂହ ନାୟକଙ୍କ ଦାୟଦ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ତେବେ ବର୍ତ୍ତମାନ ସମସ୍ତ ରାଜନୈତିକ ଦଳମାନଙ୍କର ଆଦିବାସୀ ଭୋଟ ଉପରେ ନଜର । ବିଜେପି ବିଧିବଦ୍ଧ ଭାବେ ତାର ଷ୍ଟାର ପ୍ରଚାରକଙ୍କୁ ଉପନିର୍ବାଚନ ମଇଦାନକୁ ଓହ୍ଲାଇଛି । ବିଜେପି ଚଳିତ ଝାରସୁଗୁଡ଼ା ନିର୍ବାଚନରେ ନିଶ୍ଚିତ ଭାବେ ବିଜୟୀ ହେବ ବୋଲି ଦୃଢ଼ତାର ସହ କହିଛନ୍ତି ମନ୍ତ୍ରୀ । ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ସେ ପ୍ରଶ୍ନ କରିଛନ୍ତି । ଏଥର ଜିଲ୍ଲାବାସୀ ପରିବର୍ତ୍ତନ ଚାହୁଁଛନ୍ତି । ଏହାର ଜବାବ ଏହି ଉପନିର୍ବାଚନରେ ହିଁ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ: ବିଜେଡିର ମହିଳା କର୍ମୀ ସମ୍ମିଳନୀ, ବିଜେପିର ଆଇନ ଶୃଙ୍ଖଳା ପ୍ରସଙ୍ଗ

ସେ ଆହୁରି ମଧ୍ୟ କହିଛନ୍ତି,"ଓଡ଼ିଶାର ଶିଳ୍ପାୟନର ପ୍ରମୁଖ କେନ୍ଦ୍ର ଝାରସୁଗୁଡ଼ାରେ ବିଶୃଙ୍ଖଳା ନୁହେଁ ଶାନ୍ତିର ଆବଶ୍ୟକତା ରହିଛି । ପୁଞ୍ଜି ନିବେଶ, ରୋଜଗାର ସୃଷ୍ଟି ଶାନ୍ତି ପରିବେଶରେ ହିଁ ହୁଏ । କିନ୍ତୁ, ଏଠାରେ ରାଜ୍ୟର କ୍ୟାବିନେଟ ମନ୍ତ୍ରୀଙ୍କ ପୋଲିସ ଗୁଳିରେ ହତ୍ୟା ଓ ନାବାଳକର ଅପହରଣ ସହ ହତ୍ୟା ରାଜ୍ୟ ସରକାରଙ୍କ ଆଇନଶୃଙ୍ଖଳାରେ ଥିବା ବିଫଳତାକୁ ଦର୍ଶାଉଛି । ଆବାସ ଯୋଜନାରେ ଗରିବ ଲୋକଙ୍କୁ ଘରଲ ନମିଳିବା, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟାବସ୍ଥା, ମହାନଦୀର ପାଣି ଓଡ଼ିଶାକୁ ପର୍ଯ୍ୟାପ୍ତ ମାତ୍ରାରେ ନମିଳିବା, ଜଳସେଚନର ବ୍ୟବସ୍ଥା ନହେବ, ଯୁବକଯୁବତୀମାନେ ରୋଜଗାର ଆଶାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ବିଜେଡି ସରକାରର ୨୨ ବର୍ଷ ଶାସନର ଉପଲବ୍ଧି । ଝାରସୁଗୁଡ଼ାର ପ୍ରକୃତ ବିକାଶ କରିବା ପାଇଁ ଏଥର ଭାରତୀୟ ଜନତା ପାର୍ଟି ଅଣ୍ଟା ଭିଡ଼ିଛି । ଦୃଢ ବିଶ୍ବାସ ଝାରସୁଗୁଡ଼ାର ଜନସାଧାରଣ ବିଜେପି ସାଙ୍ଗରେ ଅଛନ୍ତି ।" ତେବେ ଆଗକୁ ଆହୁରି ଷ୍ଟାର୍‌ ପ୍ରଚାରକ ଏହି ଉପନିର୍ବାଚନରେ ନିଜର ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ବିଜୟୀ କରିବା ପାଇଁ ଶକ୍ତି ପ୍ରଦର୍ଶନ କରିବେ ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details