ଓଡିଶା

odisha

ETV Bharat / state

କର୍ମଚାରୀ ରାଜ୍ୟ ବୀମା ନିଗମର ଆଞ୍ଚଳିକ କାର୍ଯ୍ୟାଳୟ ଉଦଘାଟିତ - ରାଜ୍ୟ ବୀମା ନିଗମର ଆଞ୍ଚଳିକ କାର୍ଯ୍ୟାଳୟ ଉଦଘାଟିତ

କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) ର ଉପ-ଆଞ୍ଚଳିକ କାର୍ଯ୍ୟାଳୟ ଆଜି ଝାରସୁଗୁଡାଠାରେ ଉଦଘାଟିତ ହୋଇଛି l ଅନୁଗୋଳରୁ ଭର୍ଚ୍ଚୁଆଲ ଯୋଗେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଥିବାବେଳେ ଝାରସୁଗୁଡାରେ ବରଗଡ ସାଂସଦ ସୁରେଶ ପୂଜାରୀ, ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l ଅଧିକ ପଢନ୍ତୁ

କର୍ମଚାରୀ ରାଜ୍ୟ ବୀମା ନିଗମର ଆଞ୍ଚଳିକ କାର୍ଯ୍ୟାଳୟ ଉଦଘାଟିତ
କର୍ମଚାରୀ ରାଜ୍ୟ ବୀମା ନିଗମର ଆଞ୍ଚଳିକ କାର୍ଯ୍ୟାଳୟ ଉଦଘାଟିତ

By

Published : Jun 15, 2022, 9:45 PM IST

ଝାରସୁଗୁଡା: କର୍ମଚାରୀ ରାଜ୍ୟ ବୀମା ନିଗମ (ESIC)ର ଉପ-ଆଞ୍ଚଳିକ କାର୍ଯ୍ୟାଳୟ ଆଜି ଝାରସୁଗୁଡାଠାରେ ଉଦଘାଟିତ ହୋଇଛି l ଅନୁଗୋଳରୁ ଭର୍ଚ୍ଚୁଆଲ ଯୋଗେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଥିବାବେଳେ ଝାରସୁଗୁଡାରେ ବରଗଡ ସାଂସଦ ସୁରେଶ ପୂଜାରୀ, ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l

କର୍ମଚାରୀ ରାଜ୍ୟ ବୀମା ନିଗମର ଆଞ୍ଚଳିକ କାର୍ଯ୍ୟାଳୟ ଉଦଘାଟିତ

ଝାରସୁଗୁଡାରେ ଉଦଘାଟିତ ହୋଇଥିବା ESICର ଏହି ଉପ ଆଞ୍ଚଳିକ କାର୍ଯ୍ୟାଳୟ ଦ୍ୱାରା ଝାରସୁଗୁଡା ସମେତ ପଶ୍ଚିମ ଓଡିଶାର 13 ଟି ଜିଲ୍ଲାର ପ୍ରାୟ 1 ଲକ୍ଷ 75 ହଜାର ପଞ୍ଜିକୃତ କର୍ମଚାରୀ ଓ ତାଙ୍କ ପରିବାରବର୍ଗ ଉପକୃତ ହେବେ l ଅନ୍ୟପଟେ ଆଗାମୀ ଦିନରେ ଝାରସୁଗୁଡାରେ ଏକ 100 ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ESIC ଚିକିତ୍ସାଳୟ କରାଯିବବୋଲି ବରଗଡ ସାଂସଦ ସୁରେଶ ପୂଜାରୀ କହିଛନ୍ତି l ସେହିପରି ଓଡିଶାକୁ ଗୁରୁତ୍ୱ ଦେଇ ଓଡିଶାର କର୍ମଚାରୀଙ୍କ ସୁବିଧା ପାଇଁ କେନ୍ଦ୍ରସରକାର ଝାରସୁଗୁଡାରେ ଏହି ESIC ର ଉପ ଆଞ୍ଚଳିକ କାର୍ଯ୍ୟାଳୟ କରିଥିବା ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି l କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଅଧ୍ୟକ୍ଷତାରେ ଅନୁଷ୍ଠିତ ESIC ର 186 ତମ ବୈଠକରେ ଅନୁଗୁଳରେ ESIC ହସ୍ପିଟାଲ ଏବଂ ଝାରସୁଗୁଡାରେ ଉପଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବାର ନିଷ୍ପତ୍ତିକୁ ଅନୁମୋଦନ କରାଯାଇଥିଲା l

ଭୁବନେଶ୍ୱରରେ ଥିବା ESIC ଆଞ୍ଚଳିକ କାର୍ଯ୍ୟାଳୟ ଓଡିଶାର ପୂର୍ବ ଭାଗରେ ଅଛି । ଏହା ରାଜ୍ୟର ପଶ୍ଚିମ ଭାଗର ନିଯୁକ୍ତିଦାତା ଏବଂ ହିତାଧିକାରୀଙ୍କ ପାଇଁ ସହଜରେ ଉପଲବ୍ଧ ହେଉନଥିଲା l ଏହି ସମସ୍ୟା ହେତୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ଲୋକ ଝାରସୁଗୁଡା ଠାରେ ESIC ଉପ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବାପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ। ଝାରସୁଗୁଡା ଜିଲ୍ଲାରେ ଅନେକ କ୍ଷୁଦ୍ର ଏବଂ ବୃହତ ଶିଳ୍ପ ରହିଛି । 30ରୁ ଅଧିକ ପ୍ରମୁଖ ନିଯୁକ୍ତିଦାତା ଝାରସୁଗୁଡା, ସମ୍ବଲପୁରଏବଂ ସୁନ୍ଦରଗଡ ଜିଲ୍ଲାର ଆଖପାଖ ସହିତ ରାଉରକେଲା ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି । ଗତ ସେପ୍ଟେମ୍ବରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ଏକ ଚିଠି ଲେଖିଥିଲେ। ଦୀର୍ଘ ଦୂରତା ହେତୁ ପଶ୍ଚିମ ଓଡିଶାର ଲୋକ ESI ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଭୁବନେଶ୍ୱରକୁ ଆସିବାକୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ସେ ଉଲ୍ଲେଖ କରି ଝାରସୁଗୁଡାରେ ESIC ର ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯାଉବୋଲି ଅନୁରୋଧ କରିଥିଲେ l

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ପ୍ରୟାସ ପରେ ଆଜି ଝାରସୁଗୁଡାରେ ଏହା ଖୋଲାଯାଇ ପାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details