ଓଡିଶା

odisha

By

Published : May 24, 2022, 3:41 PM IST

Updated : May 24, 2022, 3:58 PM IST

ETV Bharat / state

Brajarajnagar BY Poll: ପ୍ରଚାର ମୈଦାନରେ ଧର୍ମେନ୍ଦ୍ର, ହୀରାକୁଦ ବିସ୍ଥାପନକୁ ମୁଦ୍ଦା କରି ସରକାରଙ୍କୁ ଟାର୍ଗେଟ

ବ୍ରଜରାଜନଗର ଉପନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି ରାଜନୈତିକ ଦଳ । ଦଳୀୟ କର୍ମୀଙ୍କ ପାଇଁ ଭୋଟ ଭିକ୍ଷା ଲାଗି ଆଜି ଝାରସୁଗୁଡାରେ ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

Brajarajnagar BY-Poll: ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
Brajarajnagar BY-Poll: ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଝାରସୁଗୁଡ଼ା:ବ୍ରଜରାଜନଗର ଉପନିର୍ବାଚନ (Brajarajnagar BY-Poll) ଯେତିକି ପାଖେଇ ଆସୁଛି ସେତିକି ସେତିକି ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ଆଜି (ମଙ୍ଗଳବାର) ବିଜେପିର ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର ମୈଦାନକୁ ଓଲ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra holds campaign in Jharsuguda) । ହୀରାକୁଦ ବନ୍ଧ ନିର୍ମାଣ ବେଳେ ବିସ୍ଥାପିତ ହୋଇଥିବା ପରିବାରଙ୍କ ସମସ୍ୟାକୁ ମୁଦ୍ଦା କରି ସେ ସରକାରଙ୍କ ଉପରେ ବର୍ଷିଛନ୍ତି ।

ପ୍ରଚାର ମୈଦାନରେ ଧର୍ମେନ୍ଦ୍ର, ହୀରାକୁଦ ବିସ୍ଥାପନକୁ ମୁଦ୍ଦା କରି ସରକାରଙ୍କୁ ଟାର୍ଗେଟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଲଖନପୁର ବ୍ଳକର ବିଭିନ୍ନ ସ୍ଥାନରେ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଥମେ ପ୍ରଚାର କରିଥିଲେ । ଏହାପରେ ବାଘମୁଣ୍ଡା ଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଜେପିର ଜିଲ୍ଲା ସଭାପତିଙ୍କ ସଭାପତିତ୍ବରେ ସଭା ସଂଚାଳିତ ହୋଇଥିଲା । ଏହି ସଭାରେ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରି ନାଏକ, ବିଜେପି ପ୍ରାର୍ଥୀନୀ ରାଧାରାଣୀ ପଣ୍ଡାଙ୍କ ସମେତ ବିଜେପିର ବହୁ ନେତୃ ମଣ୍ଡଳୀ ଯୋଗ ଦେଇଥିଲେ ।

ଦୁଇ ଦୁଇ ଥର ବିସ୍ଥାପିତ ହୋଇଥିବା ଏହି ଅଞ୍ଚଳରେ ନା ପାନୀୟ ଜଳର ସୁବିଧା ଅଛି ନା ସରକାରୀ କଲେଜର ସୁବିଧା ରହିଛି । ଏସିଆର ବୃହତ୍ତମ ହୀରାକୁଦ ବନ୍ଧ ନିର୍ମାଣ ପାଇଁ ବିସ୍ଥାପିତ ହୋଇଥିଲେ ଶହ ଶହ ପରିବାର । ଏହାକୁ ମୁଦ୍ଦା କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ । ଏହା ସହିତ ଜନ ନେତା ପ୍ରଶନ୍ନ ପଣ୍ଡାଙ୍କୁ ମନେ ପକାଇ ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ଏକ ଛତ୍ରବାଦ ଶାସନ ଅନ୍ୟାୟ ବିରୁଦ୍ଧରେ ସ୍ବର ଉଠେଇବା ପାଇଁ କହିଥିଲେ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated : May 24, 2022, 3:58 PM IST

For All Latest Updates

TAGGED:

ABOUT THE AUTHOR

...view details