ଝାରସୁଗୁଡ଼ା: କୋରୋନା ପାଇଁ ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ ବାହାର ରାଜ୍ୟରେ ଫସି ରହିଛନ୍ତି ବହୁ ପ୍ରବାସୀ ଓଡ଼ିଆ । ସରକାର ସେମାନଙ୍କୁ ଆଣିବା ପାଇଁ ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି । ଏପଟେ ରାଜସ୍ଥାନ କୋଟାରୁ 65 ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଝାରସୁଗୁଡା ପହଞ୍ଚିଲା ଦୁଇଟି ସ୍ଵତନ୍ତ୍ର ବସ ।
କୋଟାରୁ 65 ଛାତ୍ରଛାତ୍ରୀଙ୍କୁ ନେଇ ଝାରସୁଗୁଡା ପହଞ୍ଚିଲା 2ଟି ସ୍ଵତନ୍ତ୍ର ବସ - କ୍ବାରେଣ୍ଟାଇନ
ରାଜସ୍ଥାନ କୋଟାରୁ 65 ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଝାରସୁଗୁଡା ପହଞ୍ଚିଲା ଦୁଇଟି ସ୍ଵତନ୍ତ୍ର ବସ । ଛାତ୍ରଛାତ୍ରୀଙ୍କୁ 14 ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ରଖିବାକୁ ବେଲପାହାଡ଼ କଲେଜରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

କୋଟାରୁ 65 ଛାତ୍ରଛାତ୍ରୀଙ୍କୁ ନେଇ ଝାରସୁଗୁଡା ପହଞ୍ଚିଲା 2ଟି ସ୍ଵତନ୍ତ୍ର ବସ
କୋଟାରୁ 65 ଛାତ୍ରଛାତ୍ରୀଙ୍କୁ ନେଇ ଝାରସୁଗୁଡା ପହଞ୍ଚିଲା 2ଟି ସ୍ଵତନ୍ତ୍ର ବସ
ରାଜ୍ୟସରକାରଙ୍କ ଅନୁମତି ପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ରାଜସ୍ଥାନ ସରକାରଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । କୋଟାରୁ ଫେରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ 14 ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ରଖିବାକୁ ବେଲପାହାଡ଼ କଲେଜରେ ସମସ୍ତ ବ୍ୟବସ୍ଥା କରାଯାଇଛି । ହେଲେ ଯେଉଁ ଛତ୍ରଛାତ୍ରୀଙ୍କ ଅଭିଭାବକ ଘରକୁ ନେଇ ହୋମ କ୍ବାରେଣ୍ଟାଇନରେ ରଖିବାକୁ ଚାହିଁବେ ସେମାନେ ପ୍ରଶାସନର ଅଧିକାରୀଙ୍କୁ ଜଣାଇ ନେଇପାରିବେ ।
ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ